ଆଜିର ରାଶିଫଳ

ମେଷ : ଆପଣଙ୍କର ଆତ୍ମବିଶ୍ୱାସର ସ୍ତର ଉଚ୍ଚା ରହିବ । ଅଫିସରେ ଆପଣଙ୍କ କାମ ଦେଖି କର୍ତ୍ତୃପକ୍ଷ ଖୁସି ହେବେ । ବେପାରରେ ଅଚାନକଲ ଧନ ଲାଭ ହେବ । ଘରେ ସୁଖ ଶାନ୍ତି ବଜାୟ ରହିବ ।
ବୃଷ : ନିବେଶ କରିବା ପୂର୍ବରୁ ଭଲଭାବେ ଯାଂଚ କରି ନିଅନ୍ତୁ । ଆପଣଙ୍କ ଭାବନାକୁ ସକରାତ୍ମକ ରଖନ୍ତୁ । କ୍ୟାରିୟରରେ ଆଗକୁ ବଢିବା ଲାଗି ସୁଯୋଗ ପାଇବେ ।
ମିଥୁନ : କାରବାରରେ ଆସୁଥିବା ସମସ୍ୟା ଲାଗି ଅଶାନ୍ତି ବଢିବ । ସ୍ୱାସ୍ଥ୍ୟ ନେଇ ସଚେନ ରୁହନ୍ତୁ । ସମାରୋହରେ ନିକଟ ସମ୍ପର୍କୀୟଙ୍କ ସହ ସାକ୍ଷାତ ହେବ । ଛାତ୍ରଙ୍କ ଲାଗି ଦିନଟି ଭଲ ।
କର୍କଟ : ନିଜର ଲକ୍ଷ ପ୍ରାପ୍ତି ଲାଗି ଗମ୍ଭୀର ଭାବେ ଉଦ୍ୟମ କରିବେ । ବ୍ୟବସାୟରେ ଧନ ଲାଭ ହେବ । ଜୀବନସାଥୀଙ୍କ ଉପରେ ଭରସା ବଜାୟ ରଖନ୍ତୁ । ସନ୍ତାନଙ୍କ ଶିକ୍ଷାରେ ଉନ୍ନତି ହେବ ।
ସିଂହ : ବହୁ ଦିନର ସ୍ୱପ୍ନ ସାକାର ହେବ । ଆର୍ଥିକ ସ୍ଥିତି ଭଲ ରହିବ । ବେପାରରେ ଅନ୍ୟମାନଙ୍କ ସହ ମିଳାମିଶା ବଢିବ । ଚାକିରିଆଙ୍କୁ ସାଥୀଙ୍କ ଠାରୁ କମ ସହେଯାଗ ମିଳିବ ।
କନ୍ୟା : କ୍ୟାରିୟରରେ ଉନ୍ନତି ଲାଗି ଭଲ ପରାମର୍ଶ ପାଇବେ । ଯାହା ବି ନିଷ୍ପତ୍ତି ନେବେ ସୁନିଶ୍ଚିତ ଲାଭ ମିଳିବ । ରାଜନେତାଙ୍କୁ ସାମାଜିକ କାର୍ଯ୍ୟରେ ସାମିଲ ହେବାର ସୁଯୋଗ ମିଳିବ ।
ତୁଳା : ଅଫିସରେ ଆପଣଙ୍କୁ ଭଲ ଖବର ମିଳିପାରେ । ଆପଣଙ୍କ କାମରେ ସ୍ଥିରତା ବଜାୟ ରହିବ । ଘରୋଇ ଖର୍ଚ୍ଚ ବଢିବା ହେତୁ ଆର୍ଥିକ ସ୍ଥିତି ଦୁର୍ବଳ ହେବ ।
ବିଛା : ତଟକା ଫୁଲ ଭଳି ଆପଣଙ୍କ ବ୍ୟବହାରକୁ ତାଜା ରଖନ୍ତୁ । ବନ୍ଧୁମାନଙ୍କ ସହ ସୁଖଦ ସମୟ ବିତିବ । ମହିଳାମାନେ ଜିନିଷ କିଣିବାରେ ଅଧିକ ବ୍ୟୟ କରିବେ ।
ଧନୁ : ଧୈର୍ଯ୍ୟ ବଜାୟ ରଖନ୍ତୁ, ଆପଣ ଯାହା ଆଶା କରୁଛନ୍ତି ତାହା ଆପଣଙ୍କୁ ମିଳିବ । ଅତିଶିଘ୍ର ଜରୁରୀ କାମ ସଂପୂର୍ଣ୍ଣ କରି ନିଅନ୍ତୁ । ଅଫିସରେ ଆପଣଙ୍କ ବସିବା ସ୍ଥାନ ବଦଳିପାରେ ।
ମକର : କୌଣସି ନୂଆ ଯୋଜନା ତିଆରି କରିବେ । ବେପାରୀଙ୍କୁ ଅଚାନକ ଧନଲାଭ ହୋଇପାରେ । କୌଣସି ଆହ୍ୱାନ ମୂଳକ କାମ ଆପଣଙ୍କୁ ମିଳିପାରେ । ଦାମ୍ପତ୍ୟ ଜୀବନ ପ୍ରିତିକର ହେବ ।
କୁମ୍ଭ : ସମୟ ସହିତ ମହତ୍ୱପୂର୍ଣ୍ଣ କାମ ସଂପୂର୍ଣ୍ଣ ହେବ । ପୁରୁଣା ବନ୍ଧୁମାନଙ୍କ ସହ ସାକ୍ଷାତ ହେବ । ବାହାରକୁ ବୁଲିଯିବାର ଯୋଜନା କରିପାରନ୍ତି । ଆର୍ଥିକ ସ୍ଥିତି ଚିନ୍ତାଜନକ ହୋଇପାରେ ।
ମୀନ : କୌଣସି କଥାକୁ ନେଇ ମନ ଅସ୍ଥିର ରହିବ । କୋର୍ଟ କଚେରୀ ମାମଲାରେ ଆରାମ ମିଳିବ ପାଇବେ । ବ୍ୟବସାୟରେ ଉନ୍ନତି ହେବ । ଛାତ୍ରଙ୍କୁ ଅଭିଜ୍ଞ ଲୋକଙ୍କ ଠାରୁ ଭଲ ପରାମର୍ଶ ମିଳିବ ।

Leave a Reply

Your email address will not be published. Required fields are marked *