ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଳକ ଅନ୍ତର୍ଗତ ସୁନାମୁଦିସ୍ଥିତ ବାପୁଜୀ ହାଇସ୍କୁଲରେ ପ୍ରାର୍ଥନା ସମୟରେ ଆଜି ଏକ ଅଘଟଣ ଘଟିଥିବା ଦେଖିବାକୁ ମିଳିଛି । ଛାତ୍ରୀମାନଙ୍କ କହିବା ଅନୁସାରେ ଆଜି ସକାଳ ୭ ଟା ସମୟରେ ସୁନାମୁଦି ବାପୁଜି ବାଳିକା ହାଇସ୍କୁଲରେ ପ୍ରତିଦନ ଭଳି ପ୍ରାର୍ଥନା ହେଉଥିଲା । କିନ୍ତୁ କିଛି ଛାତ୍ରୀ ପ୍ରାର୍ଥନା ସମୟରେ ବିଳମ୍ବ କରିଥିବାରୁ ଭୂଗୋଳ ଶିକ୍ଷକ ବିକାଶ ଧରୁଆ ଛାତ୍ରୀମାନଙ୍କୁ ରାଗି ଯାଇ ୧ ଶହ ଥର କାନ ଧରି ଉଠବସ ହେବା ପାଇଁ କହିଥିଲେ ।
ପ୍ରାର୍ଥନା ସମୟରେ ୬୦ ଜଣ ଛାତ୍ରୀ ଉପସ୍ଥିତ ଥିବାବେଳେ ୭ ଜଣ ଛାତ୍ରୀ ବେହୋସ ହୋଇ ତଳେ ପଡି ଯାଇଥିଲେ । ପରେ ସେମାନଙ୍କୁ ପାଟଣାଗଡ଼ ଡାକ୍ତରଖାନା ଅଣାଯାଇ ଚିକିତ୍ସିତ କରାଯାଇଥିବାବେଳେ ୬ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ଥିବାବେଳେ ଜଣେ ଛାତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ଡାକ୍ତରଖାନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
