ଥାନା ହାଜତରେ ୩ ଦିନ ନାବାଳକ : ତଦନ୍ତ କରିଵେ ଅତିରିକ୍ତ ଏସପି ପାହ୍ୟାର ଅଧିକାରୀ

ସୂଚନାଯୋଗ୍ୟ, କଟକ ବଡ଼ ଡାକ୍ତରଖାନା ମେଡିକାଲ୍ ଫାଣ୍ଡି ହାଜତରେ ଜଣେ ନାବାଳକଙ୍କୁ ପୁଲିସ ତିନିଦିନ ଅଟକ ରଖିବା ଭଳି ଚାଞ୍ଚଲ୍ୟକର ଅଭିଯୋଗ ଆଜି ସାମ୍ନାକୁ ଆସିଛି । ସିଡବ୍ଲୁସି ଏଭଳି ଅଭିଯୋଗ ଆଣିଛି । ଆଜି ନାବାଳକଙ୍କୁ ହାଜର କରାଯାଇ ବୟାନ ରେକର୍ଡ କରାଯିବା ସହିତ ପୁଲିସ ବିରୋଧରେ ଏତଲା ଦେବ ସିଡବ୍ଲୁସି । ସିଡବ୍ଲିସିର ସୂଚନା ଅନୁଯାୟୀ, ଝାଡ଼ଖଣ୍ଡ ସାହେବଗଞ୍ଜ ଥାନା ରାଜମଲ ତିନିପାହାଡ଼ ଅଞ୍ଚଳର ଜଣେ ୧୨ ବର୍ଷୀୟ ନାବାଳକଙ୍କୁ କାବୁ କରି ବଡ଼ ଡାକ୍ତରଖାନା ମେଡିକାଲ୍ ଫାଣ୍ଡିରେ ଗଲା ତିନିଦିନ ହେବ ରଖାଯାଇଥିଲା । ଏହି ନାବାଳକ ଅନ୍ୟ କିଛି ଦୁର୍ବୃତ୍ତଙ୍କ ସହିତ ମିଶି ମୋବାଇଲ୍ ଚୋରି ଭଳି କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗ ଥିଲା ।

ଅଭିଯୋଗ ଅନୁସାରେ, ନାବାଳକ ଜଣକ ତିନୋଟି ମୋବାଇଲ୍ ଚୋରି କରି ଅନ୍ୟ ଜଣେ ଦୁର୍ବୃତ୍ତକୁ ଦେଇଥିଲେ । ଏହାପରେ, ପୁଲିସ ଏହି ନାବାଳକଙ୍କୁ କାବୁ କରି ଗଲା ତିନିଦିନ ହେବ ମେଡିକାଲ୍ ଫାଣ୍ଡି ହାଜତ ଭିତରେ ଅଟକ ରଖିଥିଲା ।ଗତକାଲି ଏ ସଂକ୍ରାନ୍ତରେ ଚାଇଲ୍ଡ ଲାଇନ୍ ଖବର ପାଇବା ପରେ ଦିନ ପ୍ରାୟ ୧ଟା ବେଳେ ଚାଇଲ୍ଡଲାଇନ୍ ପକ୍ଷରୁ ସଦସ୍ୟ ଆର୍. ଡୋନାଲ୍ଡ ବେହେରା ପହଞ୍ଚି ଘଟଣାର ସତ୍ୟାସତ୍ୟ ଯାଞ୍ଚ କରିଥିଲେ । ନାବାଳକ ହାଜତ ଭିତରେ ବସିଥିବା ବେଳେ ବାହାର ପଟୁ ତାଲା ପଡ଼ିଥିବା ଦେଖିବାକୁ ମିଳିଥିଲା । ଏହି ମାମଲାରେ ଉଭୟ ସିଡବ୍ଲୁସି ଓ ଚାଇଲ୍ଡଲାଇନ୍ ହସ୍ତକ୍ଷେପ କଲା ପରେ ହଟଚମଟ ସୃଷ୍ଟି ହୋଇଥିଲା ।

Leave a Reply

Your email address will not be published. Required fields are marked *