ବଣାଇ ଅବକାରୀ ବିଭାଗର ନାକ ତଳେ ଚାଲିଛି ନକଲି ଵିଦେଶୀ ମ‌ଦର କାରବାର

ବଣାଇ : ବଣାଇ ଉପଖଣ୍ଡ ଲହୁଣୀପଡ଼ା ଥାନା ଅନ୍ତର୍ଗତ ଟକରା ଗ୍ରାମରେ ଚାଲିଥିବା ନକଲି ମଦ କାରବାରକୁ ଗତକାଲି ରାଉରକେଲା ଅବକାରୀ ବିଭାଗର ମୋବାଇଲ୍ ସ୍କ୍ୱାର୍ଡ ଦ୍ଵାରା ଅତର୍କିତ ଚଢ଼ାଉ କରି ବିପୁଳ ପରିମାଣର ନକଲି ଵିଦେଶୀ ମ‌ଦ ସହ, କାରବାର ରେ ଜଡିତ ଥିବା ଦୟାନନ୍ଦ ରାୟ ନାମକ ଜଣେ ବେପାରୀକୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଜଣେ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ଜବତ ହୋଇଥିବା ନକଲି ମଦର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ରୁ ଅଧିକ ହେବ ବୋଲି ଜଣାପଡିଛି । ଦୀର୍ଘ ଦିନ ଧରି ଏହି ନକଲି ମଦ କାରବାର ଚାଲିଥିଲେ ମଧ୍ୟ ବଣାଇ ଅବକାରୀ ବିଭାଗ ପାଖରେ କୈାଣସି ଖବର ନଥିବା, ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରୁଛି । ବଣାଇ ସହର ନିକଟସ୍ଥ ଅନେକ ଗାଁ ଗୁଡ଼ିକରେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ୨୪ ଘଣ୍ଟିଆ ଦେଶି ମହୁଲି ମଦ କାରବାର ଚାଲିଥିଲେ ମଧ୍ୟ ଏଥି ପ୍ରତି ଅବକାରୀ ବିଭାଗ ପକ୍ଷରୁ କୈାଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁଣ୍ଠାବୋଧ କରୁଛନ୍ତି । ଯାହାକି ଦେଶୀ ମଦ ଭାଟିର ମାଲିକଙ୍କ ନିର୍ଦ୍ଦେଶନାରେ କାମ କରୁଥିବା ସ୍ପଷ୍ଟ ପ୍ରମାଣିତ କରୁଛି । ତେଣୁ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଏସବୁ ବିଷୟରେ ଧ୍ୟାନ ଦେବେ ବୋଲି ଵଣାଇଁ ଜନସାଧାରଣ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *