ଉପାନ୍ତରେ ଦୁଃଖ ଦେଉଛି ବିଦ୍ୟୁତ୍

 :  ଉପାନ୍ତରେ ଦୁଃଖ ଦେଉଛି ବିଦ୍ୟୁତ୍  ଆଦିବାସୀଙ୍କ ଉପରେ ବଢୁଛି ଟାଟା ପାୱାରର ଜୁଲମ୍ । କାହାକୁ ୧୦ ହଜାର ତ କାହା ନାଁରେ ୧୫ ହଜାରର ଲମ୍ବା ଚଉଡା ବିଲ୍ । ଏହା ସହ ରାତି ହେଲେ ଘାରୁଛି ହାତୀ ଭୟ ।

ଆଉ ସୂର୍ଯ୍ୟ ନଇଁବା ଆଗରୁ କାଟି ଦେଉଛି ବିଜୁଳି । ଗରମ ସାଙ୍ଗକୁ ରାତିରେ ହାତୀ ଭୟ ଜୀବନକୁ ଯନ୍ତ୍ରଣା କରିଦେଇଛି । ଏପରିକି ଉପାନ୍ତ ପିଲାଙ୍କ ପାଠପଢା ବି ଠପ୍ ହୋଇପଡୁଛି । ଏକଥା ଆମେ କହୁନୁ କହୁଛନ୍ତି ଜୁଲମ୍ ର ଶିକାର ହେଉଥିବା ଏହି ଆଦିବାସୀ ।

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ, ଥୁଆମୂଳରାମପୁରର ଆଦିବାସୀ ଗାଁ ମାନଙ୍କୁ ବିଲ୍ ନାଁରେ ବିଦ୍ୟୁତ୍ କାଟି ଦେଉଥିବା ଅଭିଯୋଗ ହୋଇଛି । ଆଉ ତା ଉପରେ କମ୍ପାନୀ କର୍ମଚାରୀଙ୍କ ଅସଭ୍ୟ ଗାଳି ଗୁଲଜ୍ । ହାତୀ ଉପଦ୍ରବ ସାଙ୍ଗକୁ ଅନ୍ଧାରୀ ଭୟ ।ଦୁର୍ଗମବାସୀଙ୍କ ଜୀବନକୁ ଦୁର୍ବିସହ କରି ପକାଇଛି ।

କଳାହାଣ୍ଡିରୁ ରାଜ୍ୟର ଶକ୍ତି ମନ୍ତ୍ରୀ ରହିଛନ୍ତି । ହେଲେ ନିଜ ଜିଲ୍ଲାର ବିଜୁଳି ଦୁଃଖ ଦୂର କରିପାରିଲେଣି । କୁଲି ଭୁତି କରି ଜୀବନ କାଟୁଥିବା ଏହି ଆଦିବାସୀ ଏତେ ଟଙ୍କାର ବିଜୁଳି ବିଲ୍ କେଉଁଠୁ ଦେବେ ।

ଆଉ ଭାଗ୍ୟକୁ ଆଦରି ରାତିର କିଟ୍ କିଟ୍ ଅନ୍ଧାରରେ ଜଙ୍ଗଲୀ ଜନ୍ତୁଙ୍କ ଭୟରେ ଜୀବନ କାଟୁଛନ୍ତି ।  ଆଉ କେହି ମିଳିଲେନି, କାହିଁକି ନୀରିହ ଆଦିବାସୀଙ୍କୁ ଶୋଷଣର ଶିକାର କରୁଛି ଟାଟା ପାୱାର ? ସୌଭାଗ୍ୟ ଯୋଜନାରେ ବିଜୁଳି ଦେଇ କାଟିଦେବା ପଛର କାରଣ କ’ଣ ? କାହିଁକି ହେଉନି କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ?

Leave a Reply

Your email address will not be published. Required fields are marked *