ପୋଲିସ ଜାଣତରେ ୩୦ ବର୍ଷ ଧରି ଚାଲିଥିଲା ଦେଶୀ ମଦ ବେପାର

କଟକ : ପୋଲିସ ଜାଣତରେ ଦୀର୍ଘ ୩୦ ବର୍ଷ ଧରି ଚାଲିଥିଲା ଦେଶୀ ମଦ ବେପାର । ଶତାଧିକ ମହିଳା ମଦ ଭାଟିରେ ଚଢ଼ାଉ କରି ବିପୁଳ ମାତ୍ରାରେ ମଦ ଜବତ କରିବା ସହିତ ପୋଲିସ ଜୀମା ଦେଇଛନ୍ତି । ଏନେଇ  ପୋଲିସ ୩ ଜଣ ମହିଳାଙ୍କୁ ଅଟକ ରଖିଛି ।

ଏଭଳି ଘଟଣା ଦେଖିବାକୁ ମିଳିଛି ଚୌଦ୍ଵାର ପୌରପାଳିକା ୧୭ନଂ ୱାର୍ଡ ନୂଆସାହିରେ । ଏହି ୱାର୍ଡ ସହିତ ଆଖ ପାଖ ଅଞ୍ଚଳର ବହୁ ଯୁବକ ଏହି ସ୍ଥାନରେ ମଦ ପିଇ ନିଶାସକ୍ତ ଅବସ୍ଥାରେ ପାରିବାରିକ ଅଶାନ୍ତି କରିବା ସହିତ ଯାହା ରୋଜଗାର କରନ୍ତି ସବୁ କିଛି ଏହି ଭାଟିରେ ଦେଇ ମଦ ପିଅନ୍ତି । ଏମିତିକି କିଛି ଯୁବକ ଘରକୁ ନଯାଇ ଏଠାରେ ରାତିରେ ରହୁଥିବା କିଛି ମହିଳା ଅଭିଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *