ସାରା ରାଜ୍ୟରେ ସୁର ବାବା କେଳେଙ୍କାରୀ ହଇଚଇ ସୃଷ୍ଟି କରିଥିଲା । ଲୋକଙ୍କ ମନରୁ ଏହି ବାବା କେଳେଙ୍କାରୀ ନଲିଭୁଣୁ ଜାମିନରେ ଆସିଥିବା ସୁର ବାବା ଆରମ୍ଭ କରିଦେଲେଣି ତାଙ୍କ ପୁରୁଣା ରୋଗ। ପୁଣି ମେଲିଲାଣି ତ୍ରାହିଅଚ୍ୟୁତ ଅଶ୍ରମରେ ବ୍ୟଭିଚାରର ସାମ୍ରଜ୍ୟ ।
କଥାରେ ଅଛି ମୋତେ ଯେତେ ମାଠିବୁ ମାଠ ମୁଁ ସେଇ ଦରପୁଡା କାଠ । ଗଞ୍ଜାମ ଜିଲ୍ଲାର ଜଣେ ର୍ନିବନ୍ଧ ସରିଥିବା ଯୁବତୀ ଜଣକ ଲିଖିତ ଅଭିଯୋଗ କରିଛନ୍ତି ଥାନାରେ । ପୂଜା ବହାନାରେ ଯୁବତୀଙ୍କୁ ଅନ୍ଦାରିଆ ଘରକୁ ଡାକି ତାଙ୍କ ସହିତ ର୍ଦୁବ୍ୟବହାର କରିଛନ୍ତି ସୁର ବାବା । ଯୁବତିଙ୍କର ହେବାକୁ ଥିବା ଭାବି ସ୍ବାମୀ ସୁରଙ୍କର ପରମ ଭକ୍ତ ହୋଇଥିବାରୁ ନେଇ ଯାଇଥିଲେ ସୁରଙ୍କର ସେଇ ଅନ୍ଦାରି କୋଠରୀକୁ । ସୁରବାବାଙ୍କ କଥା ନମାନିବାରୁ ତାଙ୍କୁ ମାରପିଟ ଆରମ୍ଭ କରିଥିଲେ । ଯୁବତୀ ଜଣଙ୍କ ଯୋର ପାଟି କରିବାରୁ ଛାଡିଦେଇଥିଲେ । ସୁର ବାବାଙ୍କ ସମେତ ଅନ୍ୟ ସହଯୋଗୀ ମାନଙ୍କୁ ନୋଟିସ ହେବା ସହିତ ୫ ଦିନ ଭିତରେ କମିସନରେଟ ପୁଲିସ ହାଜିର ହେବାକୁ କହିଛି ।
