ନୀଳଗିରି ଆଇ ଆଇ ସି ଙ୍କୁ ଗିରଫ ପାଇଁ ଆନ୍ଦୋଳନ ହେବ ଅଲବତ ହେବ , ବେଢିକୁ ବରଦାସ୍ତ କରାଜିବନି : ସର୍ବଦଳିୟ ବୈଠକରେ ନିସ୍ପତ୍ତି

ବାଲେଶ୍ବର : ଗତ ୬ତାରିଖ ଦିନ ନିଳଗିରିର ବରିଷ୍ଠ ସାମ୍ବାଦିକ ତଥା ଉତ୍କଳ ସାମ୍ବାଦିକ ସଂଘର ସମ୍ପାଦକ ଲୋକନାଥ ଦଳେଇଙ୍କୁ ମିଛ ମାମଲାରେ ଗିରଫ ପରେ ଅମାନବିୟ ଭାବେ ଚିକିତ୍ସିତ ଅବସ୍ଥାରେ ଗୁଡରେ ବେଢି ପକାଇବା କାର୍ଯ୍ୟ ପ୍ରତିବାଦରେ ନୀଳଗିରିରେ ସର୍ବଦଳିୟ ବୈଠକ ଡକାଯାଇଥିଲା I ଏହି ବୈଠକରେ ବାଲେଶ୍ବରର ସାଂସଦ, ନୀଳଗିରିର ବିଧାୟକ ଓ ପୂର୍ବତନ ବିଧାୟକଙ୍କ ସହ ପ୍ରାଏ ସମସ୍ତ ଦଳର ପ୍ରତିନିଧି ଓ ବିଭିନ୍ନ ଅଞ୍ଚଳର ସାମ୍ବାଦିକ , ଉପସ୍ଥିତ ହୋଇଥିଲେ I

ଉକ୍ତ ବୈଠକରେ ନୀଳଗିରିକୁ ଗୋଟିଏ ଦିନ ବନ୍ଦ , ବାଲେଶ୍ବର ଏସପିଙ୍କୁ ନିଲମ୍ବନ , ନୀଳଗିରି ଆଇ ଆଇସିଙ୍କ ନାମରେ ଅପରାଧିକ ମାମଲା ସହ ଗିରଫ , ଏବଂ ତାଙ୍କୁ ଜରିମାନା କରାଯାଇ ସେ ଜରିମାନା ଅର୍ଥ ଲୋକନାଥ ଦଳେଇଙ୍କ ପରିବାରକୁ ପ୍ରଦାନ କରାଯାଉ ଏବଂ ଲୋକନାଥ ଦଳେଇଙ୍କ ନାମରେ ହୋଇଥିବା ମାମଲାକୁ ପ୍ରତ୍ୟାହାର କରାଜିବା ନେଇ ମତ ଆସିଥିଲା I ସର୍ବସମତ୍ତି କ୍ରମେ ଏହାକୁ ଗ୍ରହଣ କରାଜିବା ସହ ଆସନ୍ତାକାଲି ନୀଳଗିରି ଉପଜିଲ୍ଲାପାଳଙ୍କୁ ମେମୋରେଣ୍ଡମ ଦିଆଯାଇ ନୀଳଗିରି ବନ୍ଦ କରାଜିବ I

Leave a Reply

Your email address will not be published. Required fields are marked *