ମଲା ପରେ ୩୦ ପାହାର : ଭାତ ଦେବାକୁ ଡେରି ହେଲା ପୁଅ ମାରିଦେଲା ମା’କୁ

ସୋର : ନିଶାଶକ୍ତ ପୁଅର ଉନ୍ମକ୍ତ କାଣ୍ଡ, ଭାତ ଦେବାରେ ବିଳମ୍ବ ହେବାରୁ ମା’କୁ ଠେଙ୍ଗାରେ ପିଟି ପିଟି ମାରିଲା ପୁଅ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ସୋର ଥାନା ସିଙ୍ଗାଖୁଣ୍ଟା ପଞ୍ଚାୟତ ଗୁଜୁଢ଼ିଆ ଗ୍ରାମରେ । ଏହି ଗାଁ’ର ପୁରୁଷୋତ୍ତମ ବେହେରାଙ୍କ ସାନ ପୁଅ ରତିକାନ୍ତ ମା’ଙ୍କୁ ନିଶାଶକ୍ତ ଅବସ୍ଥାରେ ଭାତ ମାଗିଥିଲେ, ମା ଭାତ ଆଣି ଦେବାରେ ବିଳମ୍ବ ହେବାରୁ ଏଥିରେ ରତିକାନ୍ତ ଉତକ୍ଷିପ୍ତ ହୋଇ ପାଖରେ ପଡିଥିବା ଏକ ଠେଙ୍ଗାରେ ମା ସତ୍ୟଭାମାଙ୍କୁ ପାହାର ପରେ ପାହାର ପିଟି ଚାଲିଥିଲା । ଫଳରେ ମା’ଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ସୋର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଥିବା ବେଳେ ବାଲେଶ୍ବରରୁ ସାଇଣ୍ଟିପିକ ଟିମ ଆସିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି । ପୁଅ ରତିକାନ୍ତକୁ ପୋଲିସ ଅଟକ ରଖିଛି ।

Leave a Reply

Your email address will not be published. Required fields are marked *