ନୟାଗଡ଼ : ଗୁହାଳ ନିର୍ମାଣ ପାଇଁ ଦେଇଥିବା ଟଙ୍କା ମାଗିବାରୁ ବୋମାମାଡ l ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଇଟାମାଟି ଥାନା ସରଧାପୁର ଗାଁରେ ଘଟିଛି l ଗୁହାଳ ନିର୍ମାଣ ପାଇଁ ଧୁଶାସନ ନାୟକ ପୂର୍ବତନ ସରପଞ୍ଚ କୁମୁଦ ଭୁଜୁବଳଙ୍କୁ ୧୦ ହଜାର ଟଙ୍କା ଦେଇଥିଲେ l
ଚଳିତ ନିର୍ବାଚନରେ କୁମୁଦ ଭୁଜୁବଳ ପରାଜୟ ହୋଇଥିଲେ l ପରାଜୟ ହେବାରୁ କିଛିଦିନ ତଳେ କୁମୁଦଙ୍କୁ ଧୁଶାସନ ଟଙ୍କା ମାଗିଥିଲେ l ଗତରାତିରେ ପୂର୍ବତନ ସରପଞ୍ଚଙ୍କ ପୁଅ ଓ କିଛି ବ୍ୟକ୍ତି ମିଶି ସଂଘବନ୍ଧ ହୋଇ ଧୁଶାସନଙ୍କ ପୁଅ ସୌମ୍ୟ ରଞ୍ଜନଙ୍କୁ ଆକ୍ରମଣ କରିଥିଲେ l ପୁଅ ମାଡଖାଇ ବାପା ମାଙ୍କୁ କହିଥିଲା l ବାପା ମା ଯାଇ ପଚାରିବାରୁ ତାଙ୍କୁ ମଧ୍ୟ୍ୟ ମାଡମlରିଥିଲେ ଦୁର୍ବୃତ୍ତ l
ଏହି ଯୁବକ ମାନଙ୍କ ମଧ୍ୟରୁ କୌଣସି ଏକ ଯୁବକ ବୋମା ପକାଇଥିଲେ । ସେଠାରେ ସେ ପଡିଯିବାରୁ ସଂଗେ ସଂଗେ ନୟାଗଡ ମୁଖ୍ୟ ଚିକିତ୍ସାଳୟ ଆଣିଥିଲେ l ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରିଛନ୍ତି l ଏନେଇ ଇଟାମାଟି ପୋଲିସ ଘଟଣା ସ୍ଥଳରେ ପଂହଁଚି ତଦନ୍ତ ଚଳାଇଛି l
