ମେଷ : ନକାରାତ୍ମକ ଚିନ୍ତା ତ୍ୟାଗ କରନ୍ତୁ । ଆୟର କିଛି ଅଂଶ ଅସହାୟ ବ୍ୟକ୍ତିଙ୍କୁ ଦିଅନ୍ତୁ । ଚାକିରି, ଶିକ୍ଷା ଓ କାରବାରରେ ଉନ୍ନତିର ଯୋଗ ରହିଛି ।
ବୃଷ : ପୂର୍ବ ବିବାଦ ସମାପ୍ତ ହେବ । ଆପଙ୍କର ଆତ୍ମବିଶ୍ୱାସ ବଢିବ । ଚାକିରିଆମାନେ ନୂଆ କାମ ଅନ୍ୱେଷଣ କରିବେ । ଆପଣଙ୍କ ସରଳତା ନେଇ ପ୍ରିୟ ବନ୍ଧୁ ଖୁସି ରହିବେ ।
ମିଥୁନ : ବ୍ୟବସାୟରେ ଆଗକୁ ବଢିବା ପାଇଁ ନୂଆ ସୁଯୋଗ ପାଇବେ । ଅହଂକାର ଉପରେ ନିୟନ୍ତ୍ରଣ ରଖନ୍ତୁ । ଘର ଲାଗି ନୂଆ ଜିନିଷ କିଣିବେ । ପ୍ରେମ ନିବେଦନ ଲାଗି ଦିନଟି ଭଲ ।
କର୍କଟ : ଧ୍ୟାନ-ଯୋଗ ଦ୍ୱାରା ମନରେ ସକାରାତ୍ମକ ଶକ୍ତି ସଂଚାର ହେବ । ଦୂର ସ୍ଥାନକୁ ଯିବାର ଯୋଗ ରହିଛି । ଗୋପନୀୟ ତଥ୍ୟ ପ୍ରକଟ କରନ୍ତୁ ନାହିଁ ।
ସିଂହ : ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ସମସ୍ୟା ସମାଧାନ କରିବା ଦିଗରେ ଯତ୍ନଶୀଳ ହେବେ । ଚାକିରୀ ଓ ବ୍ୟବସାୟରେ ଉନ୍ନତି ହେବ । ପରିବାରରେ ହସଖୁସିର ବାତାବରଣ ଲାଗି ରହିବ ।
କନ୍ୟା : ଆଳସ୍ୟ ତ୍ୟାଗ କରନ୍ତୁ । ରାଜନୀତି କ୍ଷେତ୍ରରେ ଆପଣଙ୍କ ଖ୍ୟାତି ବଢିବ । ଛାତ୍ରମାନେ ପରିଶ୍ରମ ଅନୁସାରେ ଯଥେଷ୍ଟ ସଫଳତା ପାଇବେ ।
ତୁଳା : ଅଳ୍ପ ସମସ୍ୟା ରହିବ, ହେଲେ ଚିନ୍ତା କରନ୍ତୁ ନାହିଁ । ସନ୍ଧ୍ୟା ବେଳକୁ ସବୁ ଠିକ ହୋଇଯିବ । କ୍ୟାରିୟର ଗଢିବା ପାଇଁ ସୁଯୋଗ ଜୁଟିବ । ଜୀବନସାଥୀଙ୍କ ନାମରେ ବାହନ କିଣି ପାରନ୍ତି ।
ବିଛା : ବନ୍ଧୁଙ୍କର ସାହାଯ୍ୟ ପାଇବେ । ଲକ୍ଷ୍ୟସ୍ଥଳ ଦିଗରେ ଅଗ୍ରସର ହେବେ । ଆପଣଙ୍କ ବ୍ୟକ୍ତିତ୍ୱ ଅନ୍ୟମାନଙ୍କୁ ଆକର୍ଷିତ କରିବ । ବୈବାହିକ ଜୀବନରେ ଆବେଗ ସମାପ୍ତ ହେବ ।
ଧନୁ : ପୁଞ୍ଜି ବଜାରରେ ନିବେଶ କରନ୍ତୁ, ଭବିଷ୍ୟତରେ ଯଥେଷ୍ଟ ଲାଭ ପାଇବେ । ଶାସନରେ ଉଚ୍ଚପଦ ପ୍ରାପ୍ତ ହେବ । ଘରେ ଉତ୍ସବମୟ ବାତାବରଣ ରହିବ ।
ମକର : ବ୍ୟବସାୟରେ ଆଶାଠୁଁ ଅଧିକ ଲାଭ ପାଇବେ । ଅଜଣା ବ୍ୟକ୍ତିଙ୍କୁ ଅଧିକ ଭରସା କରନ୍ତୁ ନାହିଁ । ନବ ଦମ୍ପତ୍ତି ଭବିଷ୍ୟତ ନେଇ ଯୋଜନା କରିବେ ।
କୁମ୍ଭ : ଜ୍ଞାନ, ବୁଦ୍ଧି ଓ ବଳ ପ୍ରୟୋଗ କରନ୍ତୁ, ସଫଳତା ପାଇବେ । ଜମି କିଣାବିକାରେ ଲାଭ ହେବ । ଚାକିରିଆଙ୍କୁ ଭଲ ସୁଯୋଗ ମିଳିବ । ନୂଆ ପ୍ରେମ ସଂପର୍କ ଆରମ୍ଭର ସମ୍ଭାବନା ଅଛି ।
ମୀନ : ଭାଗ୍ୟ ବଦଳାଇବା ପାଇଁ ଶୁଭ ସମୟ । ଯେତେ ମିଠା କଥା କହିବେ ସେତେ ଲାଭ ପାଇବେ । ଆପଣଙ୍କ ସମ୍ମୁଖକୁ କୌଣସି ନୂଆ ଯୋଜନା ଆସିପାରେ ।
