ବାଲେଶ୍ବର : ବାଲେଶ୍ବର ନୀଳଗିରିରେ ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଇବା ଘଟଣାରେ ସସପେଣ୍ଡ ହେଲେ ହାବିଲଦାର । ଦାୟିତ୍ବରେ ହାବିଲଦାରଙ୍କୁ ସସପେଣ୍ଡ କରିବାକୁ ନିର୍ଦ୍ଦେଶ ଦେଲେ ପୋଲିସ୍ ଡିଜି ସୁନୀଲ ବଂଶଲ ।
ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଇବାକୁ ନିର୍ଦ୍ଦେଶ ଦେଇଥିଲେ ଆଇଆଇସି ଦୌପଦୀ ଦାସ । ହେଲେ ହାବିଲଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କାହିଁକି ? ଖବର ପ୍ରସାରଣ ପରେ ଅଧିକ ପ୍ରତିକ୍ରିୟାଶୀଳ ହୋଇପଡ଼ିଛି ପୋଲିସ । ବାଲେଶ୍ବର ନିଳଗିରିର ଗଣମାଧ୍ୟମ ପ୍ରତିନିଧି ଲୋକନାଥ ଦଳେଇ ଯିଏ ଲଘୁଖଣିଜ ଦ୍ରବ୍ୟ ଲୁଟ ବା ଦୁର୍ନୀତିର ଖବର କରିଥିଲେ ।
ରାଜ୍ୟ ସରକାରଙ୍କ ଦୋଷ ଦୁର୍ବଳତା ସାମନାକୁ ଆସିଯାଇଥିଲା । ଆଉ ସେଥିପାଇଁ ମିଛ ମାମଲାରେ ଫସାଇ ଲୋକନାଥଙ୍କୁ ଉଠାଇ ଆଣିଥିଲା ନୀଳଗିରି ପୋଲିସ । କାଳେ କୁଆଡେ ଖସିଯିବେ ଲୋକନାଥ, ତାଙ୍କ ଗୋଡରେ ଏହିପରି ବେଡି ପକାଇ ରଖାଯାଇଥିଲା ।
