ମାଗଣାରେ ମାଛ ନଦେବାରୁ ବୃଦ୍ଧଙ୍କୁ ମାରଣାଅସ୍ତ୍ରରେ ଆକ୍ରମଣ

କଟକ : ନଦୀରୁ ମାଛ ଧରୁଥିବା ସମୟରେ ମାଗଣାରେ ମାଛ ନଦେବାରୁ ବୃଦ୍ଧ ମାଛ ଧରାଳିଙ୍କୁ ଅମାନୁଷିକ ଭାବେ ମାରଣାଅସ୍ତ୍ରରେ ଆକ୍ରମଣ । ଏପରି ଘଟଣା ଘଟିଛି କଟକ ଜିଲ୍ଲାର ନିଆଳି ଥାନା ଅଞ୍ଚଳରେ ।

ସିଠାଳୋ ଗ୍ରାମପଞ୍ଚାୟତର ଅମରପଡା ଗାଁର ସୁଦର୍ଶନ ମଲ୍ଲିକ ନଦୀରୁ ମାଛ ଧରି ଜୀବିକା ନିର୍ବାହ କରନ୍ତି । ଗତ ୫ ତାରିଖ ଦିନ ସେ ଦେବୀ ନଦୀର କଳାଖ ବ୍ରିଜ ନିକଟରେ ମାଛ ଧରୁଥିବା ସମୟରେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ସୁଦର୍ଶନଙ୍କୁ ମାଗଣାରେ ମାଛ ମାଗିଥିଲେ । ସୁଦର୍ଶନ ମାଛ ନ ଦେବାରୁ ଯୁବକ ଜଣଙ୍କ ଉତ୍ୟକ୍ତ ହୋଇ ଏକ କଟୁରୀରେ ସୁଦର୍ଶନଙ୍କୁ ଆକ୍ରମଣ କରିଛନ୍ତି ।

ଗୁରୁତର ସୁଦର୍ଶନଙ୍କୁ ପ୍ରଥମେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ସେଠାରେ ସ୍ଥିତି ଅଧିକ ସଙ୍କଟାପନ୍ନ ହେବାରୁ ଡାକ୍ତର ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନା ସ୍ଥାନାନ୍ତରିତ କରିଥିଲେ । ଏବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାର ଗୁରୁତର ରହିଛି ।

ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ବେକରେ ୨୫ଟି ଷ୍ଟିଜ ପଡିଛି । ଏନେଇ ସୁଦର୍ଶନଙ୍କ ପୁଅ ଦୀପକ ମଲ୍ଲିକ ନିଆଳି ଥାନାରେ ଲିଖିତ ଅଭିଯୋଗ  କରିଛନ୍ତି । ନିଆଳି ପୋଲିସ ଘଟଣାକୁ ଗୁରୁତର ସହିତ ନେଇ ଅଧିକ ତଦନ୍ତ ଚାଲାଇଛି ।

Leave a Reply

Your email address will not be published. Required fields are marked *