ପୁରୀ : ପୁରୀରେ ପର୍ଯ୍ୟଟକଙ୍କୁ ହତ୍ୟା । ଡିପ୍ ରିଷୋର୍ଟ ହୋଟେଲ ରୁମ୍ ବାହାରେ ରକ୍ତ ଛିଟା ପଡିଥିବା ଦେଖିବାକୁ ମିଳିଛି । ମୃତ ପର୍ଯ୍ୟଟକ ଜଣଙ୍କ ପଶ୍ଚିମବଙ୍ଗ ଚବିଶ ପ୍ରଗଣାର ବୋଲି ଜଣାପଡିଛି । ମୃତକଙ୍କ ସହଯୋଗୀ ହତ୍ୟା କରି ଫେରାର ହୋଇଯାଇଥିବା ସନ୍ଦେହ କରାଯାଉଛି । ସମୁଦ୍ରକୂଳ ଥାନା ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ମୃତକଙ୍କ ସହଯୋଗୀ ଜଣଙ୍କ ଫେରାର ଥିବାବେଳେ ହତ୍ୟାକାଣ୍ଡର କାରଣ ଏବେ ବି ଅସ୍ପଷ୍ଟ ରହିଛି ।
