ନୀଳଗିରି : ବାଲେଶ୍ୱରରେ ଲଘୁ ଖଣିଜ ଦ୍ରବ୍ୟ ଲୁଟ୍ । ଖବର ଦେଲା ବୋଲି ସାମ୍ବାଦିକ ଗୋଡରେ କଡି । ନୀଳଗିରି ପୋଲିସର ଦବଙ୍ଗଗିରି । ମିଛ ମାମଲା ଆଧାରରେ ଜଣେ ଗଣମାଧ୍ୟମର ପ୍ରତିନିଧିକୁ ଗିରଫ କରିଥିବା ସୂଚନା । ଆଉ ଗିରଫ ପରେ ସାମ୍ବାଦିକଙ୍କ ଅବସ୍ଥା ଗୁରୁତର ହେବାରୁ ମେଡିକାଲରେ ଭର୍ତ୍ତି କରାଯାଇଛି । ହେଲେ ସାମ୍ବାଦିକ ଜଣଙ୍କ କେଉଁଆଡେ ଖସିଯିବା ଭୟରେ ଗୋଡରେ ବେଡି ମାରିଛି ପୋଲିସ । ଗତ ମଙ୍ଗଳବାର ରାତିରେ ଗଣମାଧ୍ୟମ ପ୍ରତିନିଧି ଲୋକନାଥ ଦଳେଇ ରାତିରେ ଘରକୁ ଫେରୁଥିବା ସମୟରେ ନୀଳଗିରି ଥାନାର ଜଣେ କର୍ମଚାରୀ ତାଙ୍କ ଗାଡିକୁ ଧକ୍କା ଦେଇଥିଲେ । ଘଟଣାସ୍ଥଳରେ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ସ୍ଥାନୀୟ ବାସିନ୍ଦା ଉଭୟକୁ ବୁଝାସୁଝା କରି ଘଟଣାର ସମାଧାନ କରିଥିଲେ । ହେଲେ ବୁଧବାର ସକାଳେ ହଠାତ୍ ପୋଲିସ ଲୋକନାଥ ଦଳାଇଙ୍କୁ ଗିରଫ କରିବା ସହ ୧୨ ଘଣ୍ଟା ଥାନାରେ ଅଟକ ରଖି ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ଏଠି ପ୍ରଶ୍ନ ଉଠୁଛି ଯେ, ଲଘୁ ଖଣିଜ ଲୁଟ ମାଫିଆଙ୍କ ସର୍ଦ୍ଦାର କିଏ ?
