ମୋହନା : ଅନ୍ତର୍ବା ଗ୍ରାମରେ କାଳବୈଶାଖୀର ତାଣ୍ଡବ । ମଧ୍ୟାହ୍ନ ୨ଟା ସମୟରେ ହଠାତ କଳାହାଣ୍ଡିଆ ମେଘ ଘୋଟି ଆସିବା ସହିତ ପ୍ରବଳ ବେଗରେ ପବନ ବହିବାରୁ ଗ୍ରାମର ଓଡ଼ିଆ ସାହି ଓ ତୋଟା ସାହିରେ ବସବାସ କରୁଥିବା ପ୍ରାୟ ୧୩ ପରିବାରଙ୍କ ଘରର ଟିଣ ଓ ଚାଳ ଛପର ଉଡିଯାଇଛି । ଗଛପଡି କାନ୍ଥ ମଧ୍ୟ ନଷ୍ଟ ହୋଇଛି । ବର୍ଷା ପବନରେ କ୍ଷତିଗ୍ରସ୍ତ ହୋଇଥିବା ପରିବାର ଗୁଡିକ ହେଲେ ପୂର୍ଣ୍ଣଚନ୍ଦ୍ର ସାହୁ, ଲବଙ୍ଗ ବେହେରା, ଭାଗ୍ୟବତୀ ସାହୁ, ବିଶ୍ଵନାଥ କମାର, ଅବସଲମ ପାଳ, ରଘୁନାଥ ବେହେରା, ବାବୁଲା ଗୌଡ, ଅରକ୍ଷିତ ବେହେରା, ଯମୁନା ବେହେରା, କାମୁଶୁ ବେହେରା, ସାନ କାର୍ଯୀ, ଭିକାରି ପାଇକ, ରମାକାନ୍ତ ଦଳାଇ । ସେହିପରି ଗତକାଲି ପ୍ରବଳ ବର୍ଷା ହେବାରୁ ଘର ଭିତରେ ବର୍ଷା ପାଣି ପଶିଯାଇ ଘରର ଅତ୍ୟାବଶ୍ୟକୀୟ ସାମଗ୍ରୀ ନଷ୍ଟ ହୋଇଥିବା ଗ୍ରାମବାସୀ କହିଛନ୍ତି । ଯାହା ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଣୁ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କୁ ସରକାରୀ ସହାୟତା ତୁରନ୍ତ ଯୋଗାଇ ଦେବା ପାଇଁ ଗ୍ରାମବାସୀ ପ୍ରଶାସନକୁ ଅନୁରୋଧ କରିଛନ୍ତି । ଖବର ପାଇ ଚନ୍ଦ୍ରଗିରି ରାଜସ୍ଵ ନିରୀକ୍ଷକ ମିଖାଇଲ ରାଇକା, ଜିଲ୍ଲା ପରିଷଦ ସଭ୍ୟ ସୁନୀଲ କୁମାର ବିଷୋୟୀ, ଜିପିଇଓ ନରସିଂହ ମାଣ୍ଡାଙ୍ଗି, ଅନ୍ତର୍ବା ସରପଞ୍ଚ, ସମିତି ସଭ୍ୟା ପହଞ୍ଚି କ୍ଷତିଗ୍ରସ୍ତ ପରିବାର ଗୁଡ଼ିକର ଘର ବୁଲି ଦେଖିଛନ୍ତି ।
