ବୁର୍ଲାରେ ରୋଗୀ ସମ୍ପର୍କୀୟଙ୍କୁ ହତ୍ୟା

ସମ୍ବଲପୁର : ବୁର୍ଲାରେ ରୋଗୀ ସମ୍ପର୍କୀୟଙ୍କୁ ହତ୍ୟା । ପାଓ୍ବାର କେନାଲକୁ ଶୌଚ ହେବାକୁ ଯାଇଥିବାବେଳେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତକ ଜଣକ ହେଲେ ସମ୍ବଲପୁର ମହୁଲପାଲିର ୪୫ ବର୍ଷିୟ ଲମ୍ବୋଦର ନାୟକ ।

ଖବର ଅନୁଯାୟୀ, ଲମ୍ବୋଦରଙ୍କ ବାପା କପିଳ ନାୟକ ବୁର୍ଲା ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସେଠାରେ ତାଙ୍କ ଚିକିତ୍ସା ଚାଲିଛି । ଲମ୍ବୋଦର ନିକଟରେ ଥିବା ନେତାଜୀ ଛକରୁ ଗୌଡପାଲି ରାସ୍ତାରେ ଥିବା ପାଓ୍ବାର କେନାଲକୁ ଶୌଚ ହେବାକୁ ଯାଇଥିଲା । କିନ୍ତୁ କେନାଲ ତାଙ୍କ ମୃତଦେହ ଠାବ ହୋଇଛି । ନଦୀ କୂଳରେ କେହି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ଗୁରୁବାର ଦିନ ଭୋର ସମୟରେ ଏହି ହତ୍ୟାକାଣ୍ଡ ହୋଇଥିବା ଅନୁମାନ କରାଯାଉଛି ।

Leave a Reply

Your email address will not be published. Required fields are marked *