ୱାର୍ଲ୍ଡ ରେକର୍ଡ଼ରେ ସ୍ଥାନ ପାଇଲେ ଓଡିଆ ବାସ୍ତୁ ବିଜ୍ଞାନୀ

 : ଆଧୁନିକ ଯୁଗରେ ବାସ୍ତୁ ବିଜ୍ଞାନକୁ ଅନୁକରଣ କରିବା ଖୁବ କମ ଲୋକଙ୍କ ପାଖରେ ଦେଖିବାକୁ ମିଳୁଛି । ତଥାପି ଘର ଆରମ୍ଭ କୌଣସି ଶୁଭ କାର୍ଯ୍ୟ କରିବା ପୂର୍ବରୁ ହିନ୍ଦୁ ଲୋକେ ବାସ୍ତୁ ପୂଜନ ନିଶ୍ଚିତ କରନ୍ତି । ସେହିଭଳି ଏକ ବାସ୍ତୁ ବିଜ୍ଞାନୀ ଡ଼. ମନୋଜ କୁମାର ଲେଙ୍କା ନିଜର ୨୦ ବର୍ଷର ଅଧ୍ୟୟନରେ ଓଡିଶା ପାଇଁ ଗର୍ଵ ସାଜିଛନ୍ତି । ଶଙ୍ଖ ଉପକାରିତା, ତୁଳସୀ ପାଣି ପିଇଲେ କ’ଣ ଉପକାର ହୁଏ, ଗୋ ମୂତ୍ର, ଗଙ୍ଗା ଜଳ ଏ ସବୁ ଉପରେ ଟେକନିକ ମାଧ୍ୟମରେ ସେ ରିସର୍ଚ୍ଚ କରନ୍ତି । ସେ କହିଛନ୍ତି ବାସ୍ତୁ ଓ ବିଜ୍ଞାନ ୨ଟି ଯାକ ସମାନ । କିଛି ଅଲଗା ନୁହେଁ ।

ଯାହାକୁ ଆଜି ଆମେ ବିଜ୍ଞାନ ବୋଲି କହୁଛେ ତାହା ହଜାର ହଜାର ବର୍ଷ ପୂର୍ବେ ଆମ ଦେଶର ସାଧୁ, ସଂଥ, ତପସ୍ୟା ବଳରେ ତାହା କରିପାରୁଥିଲେ । ଯୁଗ ବଦଳିବା ସହ ଲୋକଙ୍କ ଚିନ୍ତାଧାରା ମଧ୍ୟ ବଦଳୁଛି କିନ୍ତୁ ବେଦ, ଉପନିଷେଦ, ମହାଭାରତ, ରାମାୟଣରୁ ହିଁ ବିଜ୍ଞାନ ଆସିଛି । ଯାହା ଲୋକେ ବୁଝିବାକୁ ଅପ୍ରସ୍ତୁତ । ଯାହାକି ଲୋକଙ୍କୁ ବାସ୍ତୁ ଶାସ୍ତ୍ର ସହ ପରିଚିତ କରାଇବା ସହ ଏକ ଏନର୍ଜିକୁ ମଣିଷ ସହ ଚିହ୍ନାଇ ବ୍ୟକ୍ତିକୁ ସଠିକ ଭାବେ ମାର୍ଗ ଦେଖାଇବା କାମ କରୁଛି ।

ଆଧିନିକ ଯୁଗ ହେଉ ଅବା ଶାସ୍ତ୍ର ସବୁଠି ରହିଛି ଦୈନନ୍ଦିନ ଜୀବନରେ ପୌରାଣିକ ତଥ୍ୟ । ଯାହାକୁ ନିଜ ଅଧ୍ୟୟନ୍ ବଳରେ ଦର୍ଶାଇଛନ୍ତି ଡ଼. ଲେଙ୍କା । ଏକ ମେସିନ ମାଧ୍ୟମରେ ଘରର କୋଣ, ଅନୁକୋଣର ଶୁଭ, ଅଶୁଭ, ଶରୀରର ଆଭ୍ୟନ୍ତରୀଣ ଅଙ୍ଗଠୁ ସବୁ କିଛି ରୋଗକୁ ମଧ୍ୟ ଚିନ୍ହଟ କରି ପାରୁଛନ୍ତି । ଗତ ୫ ବର୍ଷ ମଧ୍ୟରେ ୧ ଲକ୍ଷ ଲୋକଙ୍କୁ ବାସ୍ତୁ ଜ୍ଞାନ ଓ ଦୈନନ୍ଦିନ ଜୀବନରେ ଏହାର ମହତ୍ତ୍ୱ ବିଷୟରେ ପରାମର୍ଶ ଦେଇଛନ୍ତି ଡ଼ ଲେଙ୍କା । କେବଳ ଏତିକି ନୁହେଁ ରାଜ୍ୟ ତଥା ରାଜ୍ୟ ବାହାରେ ମଧ୍ୟ ବିଭିନ୍ନ ତର୍କ ଏବଂ ଆଲୋଚନାରେ ଭାଗ ନେଇ ଅନେକ ଆୱାର୍ଡ ମଧ୍ୟ ହାସଲ କରିଛନ୍ତି ।

ଓଡିଶାରୁ ଓଡ଼ିଆ ପୁଅ ହିସାବରେ ସେ ବର୍ତ୍ତମାନ ଆମେରିକାନ ଆଷ୍ଟ୍ରୋ ଫେଡରେସନ୍ ଓଡିଶା ଚାପ୍ଟରର ଅଧକ୍ଷ ମଧ୍ୟ ଅଛନ୍ତି । ସେ କହନ୍ତି ଆଗାମୀ ଦିନରେ ପରିବେଶ ପ୍ରଦୂଷଣ ରୋକିବା, ଖରା ଦିନେ ଜୀବ ଜନ୍ତୁଙ୍କ ପାଣି ଯୋଗାଇବ ସବୁଠୁ ବଡ଼ କାର୍ଯ୍ୟ ଜଗତରେ ଅମ୍ଳଜାନ ବଢାଇବା ପାଇଁ ଗଛ ରୋପଣ କରିବା ଭଳି କାର୍ଯ୍ୟ କରିବେ ।

ତେବେ ବାସ୍ତୁ ଶାସ୍ତ୍ର ଭାରତରେ ନୂଆ ନୁହେଁ ପୂର୍ବ କାଳର ମୁନିଋଷିମାନେ ଯାହା ରିସର୍ଚ୍ଚ କରିଥିଲେ ତାହା ହିଁ ବାସ୍ତୁ ବିଜ୍ଞାନ ବୋଲି ଶ୍ରୀ ଲେଙ୍କା ମତ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *