ଗରା ବାଲଟି ଧରି ରାସ୍ତାରେ ତିନି ଗାଁ ଲୋକେ

ବାଲେଶ୍ବର : ପାନୀୟଜଳ ପାଇଁ ରାସ୍ତାରେ ବସିଲେ ତିନୋଟି ଗାଁର ଲୋକେ । ଶେରଗଡ଼ ନୀଳଗିରି ରୁ ଉଦଳା ରାସ୍ତା ଆମ୍ବଡିହା ନିକଟରେ ୧୯ ନୋମ୍ବର ରାଜ୍ୟ ରାଜପଥରେ ଗରା ବାଲଟି ଧରି ରାସ୍ତାରେ ବସିଲେ ତିନୋଟି ଗାଁର ଲୋକେ ।

ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକର ଉଥୁଳି, ବାହାଳ, ହେନ୍ତସୁରା ତିନୋଟି ଗ୍ରାମରେ ପାନୀୟ ଜଳର ସମସ୍ୟା ନେଇ ଦୀର୍ଘ ଦିନରୁ ଦାବି ହୋଇଥିଲେ ବି ସମାଧାନ ନ ହେବାରୁ ରାସ୍ତାରେ ବସିଛନ୍ତି ଗାଁ ଲୋକେ । ଉଭୟ ପଟରେ ଅନେକ ଗାଡି ଓ ସ୍କୁଲ ବସ ଅଟକି ରହିଛି । ଖବର ପାଇ ଖନ୍ତାପଡା ପୋଲିସ ମୁତୟନ ହୋଇଛି ।

Leave a Reply

Your email address will not be published. Required fields are marked *