ଆଜିର ରାଶିଫଳ

ମେଷ : ସାରାଦିନ ମନରେ ପ୍ରସନ୍ନତା ରହିବ । ସରକାରୀ ଚାକିରିଆଙ୍କୁ ସହକର୍ମୀଙ୍କ ସାହାର୍ଯ୍ୟ ମିଳିବ । ଜମି ଦଲାଲଙ୍କୁ ଆଶାଠୁଁ ଅଧିକ ଧନଲାଭ ହେବ ।

ବୃଷ : ଲେଖକଙ୍କ ବିଚାର ସମ୍ମାନିତ ହେବ । ପ୍ରିୟ ବନ୍ଧୁ ସହ ସାକ୍ଷାତ ହୋଇପାରେ । ସାମାଜିକ ସଂଗଠନରେ ଥିବା ଲୋକଙ୍କୁ ସମାଜରେ ପଦ ଓ ପ୍ରତିଷ୍ଠା ମିଳିବ ।

ମିଥୁନ : ଆପଣଙ୍କ ମନ ଆନନ୍ଦିତ ରହିବ । ଦୀର୍ଘ ଦିନରୁ ଲାଗି ରହିଥିବା ସ୍ୱାସ୍ଥ୍ୟ ସମସ୍ୟା ଦୂର ହେବ । କୌଣସି ଧାର୍ମିକ କାର୍ଯ୍ୟ କରିବାର ମଉକା ପାଇବେ ।

କର୍କଟ : ଆପଣ ଚିନ୍ତା ମୁକ୍ତ ରହିବେ । ଚାକିରିଆଙ୍କୁ ଆର୍ଥିକ ଲାଭ ହେବାର ସମ୍ଭାବନା ରହିଛି । ପାରିବାରିକ ଜୀବନ ସୁଖକର ହେବ । ବାଣିଜ୍ୟ ଛ।ତ୍ର କିଛି ନୂଆ ଶିଖିବେ ।

ସିଂହ : କାର୍ଯ୍ୟକ୍ଷେତ୍ରରେ ଆହ୍ୱାନର ସାମ୍ନା କରିବାକୁ ପଡିପାରେ । ଘର କାମରେ ବଡ ଭାଇଙ୍କ ସାହାର୍ଯ୍ୟ ପାଇବେ । ବ୍ୟବସାୟରେ ଆର୍ଥିକ ଲାଭ ହୋଇପାରେ ।

କନ୍ୟା : ବଡଙ୍କ ପରାମର୍ଶ ନେଲେ ସ୍ଥଗିତ କାମ ସଂପୂର୍ଣ୍ଣ ହେବ । ବ୍ୟବସାୟ ବିସ୍ତାର କରିବେ । ଅଫିସ କାମରେ ବ୍ୟସ୍ତ ରହିପାରନ୍ତି । ବିବାହିତ ଲୋକଙ୍କୁ ବିବାହ ସୁଖ ମିଳିବ ।

ତୁଳା : ଭାବିଥିବା କାମ ଅତିଶୀଘ୍ର ସଂପୂର୍ଣ୍ଣ କରିଦେବେ । ଅନ୍ୟମାନେ କଥା କହୁଥିବା ବେଳେ କିଛି କରନ୍ତୁ ନାହିଁ । ଗଣମାଧ୍ୟମ କ୍ଷେତ୍ରରେ ଥିବା ଲୋକଙ୍କ ପାଗି ଦିନଟି ଉତମ ।

ବିଛା : ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କୁ ଉଚ୍ଚ ପଦବୀ ମିଳିପାରେ । ଆପଣଙ୍କର ଲୋକପ୍ରିୟତ। ବୃଦ୍ଧି ପାଇବ । ଜମିରେ ନିବେଶ କରନ୍ତ, ଯଥେଷ୍ଟ ଲାଭ ହେବ ।

ଧନୁ : ବ୍ୟବସାୟ ମାନ୍ଦା ଧରିପାରେ । କୌଣସି କଥାକୁ ନେଇ ଚିନ୍ତିତ ଥିଲେ ସାଥୀଙ୍କୁ ଜଣାନ୍ତୁ, ମନ ହାଲୁକା ହେବ । ପ୍ରେମୀଯୁଗଳଙ୍କ ଲାଗି ଭଲ ଦିନଟିଏ ।

ମକର : ସିନେ କଳାକାରଙ୍କ ଲାଗି ଭଲ ଦିନଟିଏ । ବିବାହ ଯୋଗ୍ୟ ଯୁବକଙ୍କ ଲାଗି ବିବାହ ପ୍ରସ୍ତାବ ଆସିପାରେ । ବ୍ୟବସାୟ କାମରେ ଦୂର ସ୍ଥାନକୁ ଯାଇପାରନ୍ତି ।

କୁମ୍ଭ : ଓକିଲଙ୍କୁ ପୁରୁଣା ମକଦ୍ଦମାରେ ସଫଳତା ମିଳିବ । ଆର୍ଥିକ ସ୍ତିତିରେ ସୁ ସୁଧାର ହେବ । ଜମି କିଣିବା ଲୋକଙ୍କୁ ଲାଭ ହେବ । ଘରେ ଧାର୍ମିକ ଆୟୋଜନ କରିପାରନ୍ତି ।

ମୀନ : ସଂଗୀତ ନିର୍ଦ୍ଦେଶକ ଓ କଣ୍ଠଶିଳ୍ପୀଙ୍କୁ ପ୍ରସିଦ୍ଧି ମିଳିବ । ବେପାର ଆରମ୍ଭ କରିବା ଲାଗି ଦିନଟି ଭଲ । ପାରିବାରିକ ଜୀବନ ହସିଲା ପୂରିଲା ପରି ଲାଗିବ ।

Leave a Reply

Your email address will not be published. Required fields are marked *