ଜଙ୍ଗଲ ନିଆଁ ନିବାରଣ ନିମନ୍ତେ ଵଣାଇ ବନଖଣ୍ଡ ତରଫରୁ ସଚେତନତା ରାଲି

ଵଣାଇ : ସଂପ୍ରତି ପରିସ୍ଥିତିରେ ଜଙ୍ଗଲକୁ ନିଆଁ ଦାଉରୁ ଓ ବନ୍ୟପ୍ରାଣୀଙ୍କୁ ଅବାଧ ଶିକାରରୁ ରକ୍ଷା କରିବା ନିମନ୍ତେ ଵଣାଇ ବନଖଣ୍ଡ ଅଧିକାରୀ ସନତ୍ କୁମାର ଏନଙ୍କ ନିର୍ଦ୍ଦେଶ କ୍ରମେ ଗତକାଲି ଵଣାଇରେ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି । ବଣାଇ ରେଞ୍ଜ ଅଧିକାରୀ ମନୋଜ କୁମାର ପାତ୍ରଙ୍କ ନେତୃତ୍ୱରେ ଵଣାଇ ରେଞ୍ଜ ଅନ୍ତର୍ଗତ ଦେଓଗାଁ, ଵଣାଇଁଗଡ, ତଳିତା, ଵଡଗୋଗୁଆ, ଶିଶୁଡିହି, ସରସରା, ଚନ୍ଦ୍ରପୁର ଇତ୍ୟାଦି ସମସ୍ତ ଗ୍ରାମରେ ଥିବା ଵନସୁରକ୍ଷା ସମିତିର ସଭାପତି ସକ୍ରିୟ ସଦସ୍ୟ, ପରିବେଶ ପ୍ରେମୀ, ସ୍ବେଛାସେବୀ ଓ ଵନକର୍ମଚାରୀମାନଙ୍କୁ ନେଇ ଏକ ସଚେତନତା ରାଲି ସକାଳ ୯ ଘଟିକା ସମୟରେ ଵଣାଇ ବନଖଣ୍ଡ କାର୍ଯ୍ୟାଳୟରୁ ବାହାରି ଵଣାଇ ସହର ପରିକ୍ରମା କରିବା ସହିତ ସଚେତନତା ରଥରେ ଡ଼ାକବାଜି ଯନ୍ତ୍ର ଦ୍ବାରା ବିଭିନ୍ନ ପ୍ରକାର ସ୍ଲୋଗାନ ଦେଇ ଜନସାଧାରଣଙ୍କୁ ଜଙ୍ଗଲ ନିଆଁ ନିବାରଣ ନିମନ୍ତେ ସଚେତନତା କରାଯାଇଥିଲା । ପରିବେଶ ପ୍ରେମୀ ଭାବେ ଵଣାଇ ସରପଞ୍ଚ ନମିତା ନାଗ, କେନ୍ଦ୍ରିକଳା ସରପଞ୍ଚ ଉଗ୍ରସେନ କିସାନ, ଵଣାଇ ଵନସୁରକ୍ଷା ସମିତିର ସଭାପତି ସଞ୍ଜୟ ମହାନ୍ତି, ଦେଓଗାଁ ଵନସୁରକ୍ଷା ସମିତିର ସଭାପତି ମିରାଶଙ୍କର ଦେହୁରୀ ପ୍ରମୁଖ ରାଲିରେ ଯୋଗଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟ କରିଥିଲେ । ପରବର୍ତ୍ତୀ ସମୟରେ ଏହି ସଚେତନତା ରଥ ଵଣାଇ ରେଞ୍ଜ ଅଧିନରେ ଥିବା ସମସ୍ତ ଗ୍ରାମ ପରିକ୍ରମା କରି ଲୋକମାନଙ୍କୁ ସଚେତନତା ବାର୍ତ୍ତା ପ୍ରଦାନ କରିଥିବା ରେଞ୍ଜ ଅଧିକାରୀ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *