ଧାନ ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଜବତ୍ କଲା ପୋଲିସ

ବୌଦ୍ଧ : ବୌଦ୍ଧ ସହର ଦେଇ ଯାଇଥିବା ବାଇପାସ୍ ରାସ୍ତାରୁ ଏକ ଗଞ୍ଜେଇ ବୋଝେଇ ଟ୍ରକକୁ ଜବତ୍ କରିଛି ବୌଦ୍ଧ ଆଦର୍ଶ ଥାନା ପୋଲିସ । ଧାନ ବୋଝେଇ ଟ୍ରକରେ ଗଞ୍ଜେଇ ରଖି ଚାଲାଣ କରୁଥିବା ବେଳେ ଟ୍ରକ ଟିକୁ ଜବତ୍ କଲା ପୋଲିସ୍ । ଘଟଣା ସ୍ଥଳରୁ ଟ୍ରକ ଡ୍ରାଇଭର ଏବଂ ହେଲପର ଗିରଫ ।

ସୂଚନା ଅନୁଯାୟୀ ଆଜି ସକାଳ ୯ଟା ସମୟରେ ଏକ ଧାନ ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ ହେଉଥିବା ବୌଦ୍ଧ ପୋଲିସ୍ କୌଣସି ଏକ ସୂତ୍ରରୁ ଖବର ପାଇ ବୌଦ୍ଧ ବ୍ରିଜ ଛକ ଜଗି ରହିଥିଲା । ଟ୍ରକଟି ସେହି ବାଟ ଦେଇ ଯାଉଥିବା ବେଳେ ପୋଲିସ ଟ୍ରକଟିକୁ ଅଟକାଇଥିଲେ । ସେଥିରେ ଧାନ ବୋଝେଇ ହୋଇଥିବା ବେଳେ ଟ୍ରକ୍ ଉପରେ ୬ଟି ବସ୍ତାରେ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲା ପୋଲିସ୍ ।

ଟ୍ରକଟିକୁ ଜବତ୍ କରି ଥାନାକୁ ଆଣିବ ସହିତ ଟ୍ରକ୍ ଡ଼୍ରାଇଭର ଏବଂ ହେଲପରକୁ ପଚରାଉଚରା ଜାରି ରଖିଛି । ତେବେ ଜବତ ଗଞ୍ଜେଇର ପରିମାଣ କେତେ ତାହା ଏ ପର୍ଯ୍ୟନ୍ତ ଜଣାପଡିନାହିଁ । ଗଞ୍ଜେଇ କିଏ ଚାଲାଣ କରୁଥିଲା କେଉଁଠିକୁ ଚାଲାଣ ହେଉଥିଲା ଏନେଇ ପୋଲିସ ତଦନ୍ତ ଜାରିରଖିଛି । ସେପଟେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏହାର ଓଜନ କରାଗଲେ ଏହାର ପରିମାଣ ଓ ଆନୁମାନିକ ମୂଲ୍ୟ ଜଣାପଡ଼ିବ ବୋଲି ପୋଲିସ ସୂଚନା ଦେଇଛି ।

Leave a Reply

Your email address will not be published. Required fields are marked *