ପୁରୀରୁ ୧୧ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ; ନାବାଳକ ସମେତ ୨ ଗିରଫ

ପୁରୀ : ପୁରୀ-ଭୁବନେଶ୍ବର ଜାତୀୟ ରାଜପଥ ମଙ୍ଗଳାଘାଟ ନିକଟରୁ ୧୧୦ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି । ଏସଟିଏଫ୍ ଟିମ୍ ଓ ବାସେଳିସାହି ପୁଲିସ୍ ମିଳିତ ଭାବେ ଚଢାଉ କରି ଏହି ବ୍ରାଉନସୁଗର ଜବତ କରିଛି । ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୧୧ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି । ଏହି ମାମଲାରେ ସର୍ବେଶ୍ବର ବେହେରା ନାମକ ଜଣେ ବ୍ୟକ୍ତିଙ୍କ ସମେତ ଜଣେ ନାବାଳକ ଗିରଫ ହୋଇଛନ୍ତି । ବାସେଳି ସାହି ଥାନାରେ ଏନେଇ ମାମଲା ରୁଜୁ ହୋଇଛି ।

Leave a Reply

Your email address will not be published. Required fields are marked *