ସୋର : ସୋର ବାସୀଙ୍କୁ ମୋହରା କରି କମ୍ପାନି ଲୁଟୁଛି ଲକ୍ଷ ଲକ୍ଷ ଟଙ୍କା, ସହରରେ ଯେଉଁଠି ଦେଖ କୁଢ କୁଢ ଅଳିଆ, ମିଛ ସଫେଇ ସତ ହରିଲୁଟ । ନୂଆ ଚେୟାରମେନ ନୂଆ କାଉନସିଲ୍ ବିଦାହେବକି ପୁରୁଣା କମ୍ପାନି ନାଁ ଇଏବି ପଡିବେ ପୁରୁଣା ପ୍ରେମରେ ? ସାଧାରଣ ଲୋକଙ୍କ ଟିକସ ଟଙ୍କାକୁ କିଏ କାହା ବାପ ସମ୍ପତି ଭାବି ହରିଲୋଟ କରିବା କ’ଣ ଠିକ୍, କାହିଁକି ନିର୍ଦିଷ୍ଟ କମ୍ପାନି ପ୍ରତି ଦୀର୍ଘ ଦିନରୁ ଅନୁକମ୍ପା ଦେଖେଇଛନ୍ତି ଜିଲ୍ଲାପାଳ ଓ ଏଡିଏମ ? ସୋର ସହରର ୧୯ ଗୋଟି ଓ୍ବାର୍ଡରେ ସଫେଇ କରିବା ପାଇଁ ୨୦୨୦ ମସିହା ନଭେମ୍ବର ୧ ତାରିଖରେ ଟେଣ୍ଡର ହୋଇ କଳିଙ୍ଗ ଓ୍ବାରିଅରସକୁ ସଫେଇ ପାଇଁ ଅନୁମତି ଦିଆଯାଇଥିଲା । ତେବେ ଗତ ନଭେମ୍ବର ୧, ୨୦୨୦ରେ ଟେଣ୍ଡର ଅବଧି ସରିଯାଇଥିଲା ବେଳେ
ବର୍ତ୍ତମାନ ସୁଧା ୧ ବର୍ଷରୁ ଉର୍ଦ୍ଧ ହେବ ସେଇ କମ୍ପାନି ସଫେଇ ଜାରିରଖିଛି । ସେପଟେ ପ୍ରତି ମାସ ପାଖାପାଖି ୬୦ ରୁ ୭୦ ଜଣ ସଫେଇ କର୍ମଚାରିଙ୍କୁ ନିଯୁକ୍ତି କରି କମ୍ପାନି ସଫେଇ କାର୍ଯ୍ୟ କରୁଥିଲେ ବି ସହରର ବହୁ ନାଳ,ନର୍ଦମା ଦୁର୍ଗନ୍ଧରେ ଫାଟିପଡୁଥିବା ବେଳେ ବହୁ ସ୍ଥାନରେ କୁଢ କୁଢ ଅଳିଆ ପଡିରହିଛି । ତେବେ ଉତ୍ତରେଶ୍ବର ଜାଭିୟର ସ୍କୁଲ ସମ୍ମୁଖରେ ଥିବା ନାଳ ଏତେ ଦୁର୍ଗନ୍ଧ ହେଉଛି କି ସାଧାରଣ ଲୋକ ଯିବାଆସିବା କଲାବେଳେ ନାକରେ ରୁମାଲ ଘୁଡାଇ ଯାଉଛନ୍ତି । ସେହିପରି ସୋର ଠିପି ବନ୍ଦ ମଦ ଦୋକାନ ସାମ୍ନାରେ ଅଳିଆ ପଡିଥିବା ସ୍ଥାନଟି ଯେମିତି ଲାଗୁଛି ଅଳିଆ ଗଦା, ରାସ୍ତାଘାଟ କଥା ଛାଡନ୍ତୁ । ଅନ୍ୟପଟେ ସାଧାରଣରେ ଅଭିଯୋଗ ହୁଏକି କମ୍ପାନି ୬୦ ଜଣକୁ ନିଯୁକ୍ତି ନକରି ମାତ୍ର ୩୦ ଜଣକୁ କାମରେ ଲଗାଇ ୬୦ ଜଣକ ଟଙ୍କା ଉଠାଉଛି । ତେବେ ଯଦି ଏ ଅଭିଯୋଗ ସତ ହୋଇଥିବ ତା’ହେଲେ ଲକ୍ଷ ଲକ୍ଷ ଟଙ୍କା ସରକାରି ତହବିଲରୁ ହଡପ ହେବାକୁ ଏଡାଇ ଦିଆଯାଇନପାରେ । ତେବେ ଏଇ ହଡପ ଅର୍ଥ ଏକା କମ୍ପାନି ଆତ୍ମସାତ କରୁଛି ନା କେହି ସରକାରୀ ବାବୁଙ୍କ ହାତ ଅଛି ? ସାଧାରଣ ଲୋକ ଏହି ସବୁ ସମସ୍ୟା ସମ୍ପର୍କରେ ଦିର୍ଘ ଦିନରୁ ଅଭିଯୋଗ କରିଆସୁଥିବା ବେଳେ, ଚେୟାରମେନ କି କାଉନସିଲ୍ ନଥିବାରୁ ସାଧାରଣ ଲୋକ ଅଦ୍ୟାବଧି ଠକାମିର ସ୍ବୀକାର ହେଉଥିଲେ । ତେବେ କିଛି ସାଧାରଣ ଲୋକଙ୍କ କହିବା ମୂଳେ ଏବେ କାଉନସିଲ୍ ହୋଇଛି, ନୂଆ ଚେୟାରମେନ ବି ଅଛନ୍ତି, ଦେଖାଯାଉ କେବେ ବିଦା ହେଉଛି ପୁରୁଣା କମ୍ପାନି ଆଉ ସାଧାରଣ ଲୋକଙ୍କ ରାଜଶ୍ବ ହଡପ ହେବାକୁ ରୋକାଯାଇ ପାରୁଛି । ନା ସରକାରୀ ବାବୁଙ୍କ ଭଳି ନୂଆ ଚେୟାରମେନ ବି ପୁରୁଣା କମ୍ପାନି ପ୍ରେମରେ ପଡୁଛନ୍ତି, ଆଉ କମ୍ପାନି ସଫେଇ ନାମରେ ଶୋଷଣ କରୁଛି ।
