ବାଲି ନେଉଛନ୍ତି ଆନ୍ଧ୍ର ମାଫିଆ

ବ୍ରହ୍ମପୁର:  ନଦୀ ଆମର, ନଦୀର ଜଳ ଆମର ଏମିତି କି ସ୍ଥାନ ବି ଆମର । କିନ୍ତୁ ନଦୀର ବାଲିକୁ ଆସ୍ତେ ଆସ୍ତେ ଲୁଟୁଛନ୍ତି ଆନ୍ଧ୍ରର ମାଫିଆ । ଓଡ଼ିଶାର ନଦୀ କିନ୍ତୁ ବାଲି ନେଉଛନ୍ତି ଆନ୍ଧ୍ର ମାଫିଆ । ସୀମାନ୍ତ ଗାଁକୁ ପ୍ରଲୋଭିତ କରି ଆସ୍ତେ ଆସ୍ତେ ବାଲି ଲୁଟୁଛନ୍ତି ମାଫିଆ ।

ନା ଅଛି କୌଣସି ଅନୁମତି, ନା ଅଛି କିଛି ନିୟମ । ବାଲି ଲୁଟି ଲୁଟି ଏମିତି ଗଭୀର କଲେଣି ଯେ , ବିପଦରେ ସମ୍ପୂର୍ଣ୍ଣ ସୀମାନ୍ତ ଗାଁ । ଗଞ୍ଜାମ ଜିଲ୍ଲା ସୀମାନ୍ତରେ ଥିବା ପାତ୍ରପୁର ବ୍ଲକର ତୁମ୍ବା ଏବଂ ବୁରାତାଲ  ପଞ୍ଚାୟତରେ ବହିଯାଉଥିବା ମହେନ୍ଦ୍ରତନୟା ନଦୀରେ ଖୋଳାଚାଲିଛି ବାଲି ।

ଗଜପତି, ଗଞ୍ଜାମର ବିସ୍ତୀର୍ଣ୍ଣ ପାହାଡ଼ିଆ ଅଞ୍ଚଳର ପାଦ ଦେଶରେ ବହିଯାଇଛି ମହେନ୍ଦ୍ର ତନୟା । ପୂର୍ବରୁ ନଦୀଟି ସମ୍ପୂର୍ଣ୍ଣ ଛୋଟ ଏବଂ ସମତୁଲ  ରହିଥିଲା ।

ମାତ୍ର କେଇ ମାସ ଭିତରେ ଆନ୍ଧ୍ର ମାଫିଆଙ୍କ ଦ୍ବାରା ବାଲି ଚୋରାଚାଲାଣ ହୋଇ ନଦୀ ଯେତିକି ଗଭୀର ସେତିକି ବିପଦରେ ନଦୀ ହିଡରେ ଥିବା ଏକାଧିକ ସୀମାନ୍ତ ଗାଁ । କିନ୍ତୁ ଏସବୁ ଦେଖି ଓଡ଼ିଶା ପ୍ରଶାସନ ଚୁପ କାହିଁକି ତାକୁ ନେଇ ଉଠିଛି ପ୍ରଶ୍ନ । ନା ହେଉଛି ତାଗିତ,ନା ହେଉଛି ଆକ୍ସନ ।

Leave a Reply

Your email address will not be published. Required fields are marked *