ପରୀକ୍ଷା ପେ ଚର୍ଚ୍ଚା

ଫୁଲବାଣୀ : ସ୍ଥାନୀୟ ଜବାହର ନବୋଦୟ ବିଦ୍ୟାଳୟ, ତୁଡିପାଜୁ ଠାରେ “ପରୀକ୍ଷା ପେ ଚର୍ଚ୍ଚା” କାର୍ଯ୍ୟକ୍ରମ ବିଦ୍ୟାଳୟର ବହୁ ଉଦ୍ଦେଶ୍ୟ କକ୍ଷରେ ତା ୦୧/୦୪/୨୦୨୨ ରିଖ ଦିନ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ପ୍ରାରମ୍ଭିକ ପ୍ରସ୍ତୁତି ଓ ପ୍ରେସମିଟ ତା ୨୯/୦୩/୨୦୨୨ ରିଖରେ କରାଯାଇଥିଲା । ଆଜିର କାର୍ଯ୍ୟକ୍ରମ ଦିବା ୧୧ ଘଟିକା ସମୟରେ ଆରମ୍ଭ ହୋଇ ଦିବା ୧ଟା ପର୍ଯ୍ୟନ୍ତ ହୋଇଥିଲା ।

ଉକ୍ତ କାର୍ଯ୍ୟକ୍ରମରେ ଜବାହାର ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଶ୍ରୀକାନ୍ତ ରଥ ଓ ସ୍ଥାନୀୟ ତୁଡିପାଜୁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ତ୍ରିନାଥ ପାଣି ଓ ଜବାହାର ନବୋଦୟ ବିଦ୍ୟାଳୟର ୫୭୦ ଜଣ ଛାତ୍ର/ଛାତ୍ରୀ ଏବଂ ଶିକ୍ଷକ/ଶିକ୍ଷିକା ତଥା ତୁଡିପାଜୁ ଉଚ୍ଚ ବିଦ୍ୟାଳୟର ସମସ୍ତ ଛାତ୍ର/ଛାତ୍ରୀ ସହିତ ଶିକ୍ଷକ/ଶିକ୍ଷିକା ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମକୁ ଜବାହାର ନବୋଦୟ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀ ବିଭୁତି ଭୂଷଣ ପାତ୍ର, ଇଂରାଜୀ ଅଧ୍ୟାପିକା ଶ୍ରୀମତୀ ଶାଳିନୀ ଶାହା ଓ ଏନ.ସି.ସି ଏ.ଏନ ଓ ଶ୍ରୀ କବିରାଜ ସେଠି ଆୟୋଜନ ଓ ସଂଯୋଜନା କରିଥିଲେ । ବିଦ୍ୟାଳୟର ସମସ୍ତ ଛାତ୍ର/ଛାତ୍ରୀ କାର୍ଯ୍ୟକ୍ରମର ସଫଳତା ପ୍ରାପ୍ତି ସହିତ ମନୋବଳ ବୃଦ୍ଧି ଓ ଅଗ୍ରଗତିର ଆଶା ପୋଷାଣ କରି ଏହା ଜୀବନରେ ଅଧିକ ଫଳପ୍ରଦ ହେବ ବୋଲି ଦର୍ଶାଇଥିଲେ ।

Leave a Reply

Your email address will not be published. Required fields are marked *