ଦାରୁ ପରିବର୍ତ୍ତନ ବେଳେ ସେତେବେଳର ଡିଜି ସଞ୍ଜିବ ମାରିକ ପୋଲିସ ପୋଷାକ ପିନ୍ଧିଥିବା ବେଳେ ଦଇତା ପତିଙ୍କୁ ପାଦଧରିବାରୁ ତାଙ୍କ ପଦଚାଲି ଯାଇଥିଲା, କିନ୍ତୁ ଖଇରା ଥାନା ଅଧିକାରିଣିଙ୍କ ପଦ ଯାଉନି । ଗତ କିଛିଦିନ ଆଗରୁ ସିମୁଳିଆ ବିଧାୟକଙ୍କ ସହ ପୋଲିସ୍ ପୋଷାକରେ ଥାଇ ଥାନା ଅଧିକାରୀଣି ଲୋପାମୁଦ୍ରା ନାୟକ ବାଡି ଖେଳିବାକୁ ନେଇ ଚର୍ଚା ଜୋର ଧରିଥିଲା ଯାହାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଥିବା ଦେଖିବାକୁ ମିଳିଥିଲା । ଉକ୍ତ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ବେସ ଭାଇରାଲ ହୋଇଥିଲା କିନ୍ତୁ ଥାନା ଅଧିକାରୀଣିଙ୍କ ଉପରେ କୈାଣସି କାର୍ଯ୍ୟାନୁଷ୍ଠାନ ହୋଇନଥିଲା । କିନ୍ତୁ ଏବେ ସେହି ଥାନା ଅଧିକାରିଣିଙ୍କୁ ନେଇ ଆଉ ଏକ ଭିଡିଓ ଭାଇରାଲ ହୋଇଛି ଯାହା ବେସ ଚର୍ଚାରେ ଅଛି ।

ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ପଦ୍ମ ଲୋଚନ ପଣ୍ଡା କହିଛନ୍ତି ଖଇରା ଥାନା ଅଧିକାରୀଣି ଲୋପାମୁଦ୍ରା ନାୟକ ଏବଂ ବିଧାୟକ ଜ୍ୟେତି ପ୍ରକାଶ ପାଣିଗ୍ରାହି ଗୋଟେ ପଇଡରେ ଦୁଇଟା ଷ୍ଟ୍ର ରଖି ପିଉଛନ୍ତି । ତେବେ ଏକଥା ସତ୍ୟ ଏବଂ ତାଙ୍କ ପାଖରେ ପ୍ରମାଣ ଥିବା ସେ କହିଛନ୍ତି । ବଡ କଥା ରହିଲା ଜ୍ୟେତିପାଣିଗ୍ରାହିଙ୍କ ବନ୍ଧୁବାନ୍ଦବ କି ସାଙ୍ଗ ସାଥି ଲୋପାମୁଦ୍ରା ନୁହନ୍ତି ସେ ପିଇବା କେତେଦୁର ଜୁକ୍ତି ଜୁକ୍ତ ? ଜଦି କିଛି ସେଭଳି ସମ୍ପର୍କଥାଏ ପଣ୍ଡାଙ୍କ ଅଭିଯୋଗ ସତହୋଇଥାଏ ତାହାଲେ ସେ ଖଇରାରେ ଥାନା ଅଧିକାରୀଣି ରହିପାରିବା କଥା କି ? ଅନ୍ୟପଟେ ଏ ସମସ୍ତ କଥା ମିଥ୍ୟା ମୁଁ ଏ ସମ୍ପର୍କରେ ଏସ.ପିଙ୍କୁ ଜଣେଇଛି ସେ ଧାରଣା ବସିବାକୁ ଆସିଲେ ମତେ ଭିଡିଓ ଦେଖେଇବେ । ସେ କିଏ କାହାର ବ୍ୟକ୍ତିଗତ କଥା ବାହାରେ ପ୍ରକାଶ କରିବାକୁ ? ମୁଁ ତାଙ୍କ ନାମରେ କୋର୍ଟରେ ମାନହାନି ମକଦ୍ଦମା କରିବି ବୋଲି କହିଛନ୍ତି ଥାନା ଅଧିକାରୀଣି ଲୋପାମୁଦ୍ରା ନାୟକ ।
