ରିପୋର୍ଟ- (ଆଲାରାମ ଭତ୍ରା)
ରାୟଗଡ଼ା ଷ୍ଟେଟ୍ ୟୁନିୟନ ଅଫ୍ ଜର୍ଣ୍ଣାଲିଷ୍ଟ,(ଏସ.ୟୁ.ଜେ )ସାମ୍ବାଦିକ ୟୁନିୟନ ରାୟଗଡା ଜିଲ୍ଳା ଶାଖା ସଭାପତି ଶିବ ନାରାୟଣ ଗଉଡଙ୍କ ପୈାରାହିତ୍ୟରେ ଆଜି ଉତ୍କଳ ଦିବସ ଅବସରରେ ଆମେ ଓଡିଆ ଆମ ଭାଷା ଓଡିଆ ଶୀର୍ଷକ ଏକ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରାୟଗଡା ଜିଲ୍ଳା ସଦର ମହକୁମା ସ୍ଥିତ ମହାତ୍ମା ଗାନ୍ଧୀ ଶିଶୁ ଉଦ୍ୟାନ ସମ୍ମୁଖରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଳାପାଳ ସରୋଜ କୁମାର ମିଶ୍ର ଯୋଗ ଦେଇ “ମୋ ଓଡିଆ ଭାଷା ମୋ ପରିଚୟ । ମୁଁ ଏଥିପାଇଁ ଗର୍ବିତ” ବୋଲି ଉଲ୍ଳେଖ କରିଥିଲେ । ସେହିପରି ସମ୍ମାନୀତ ଅତିଥି ଭାବେ ଜିଲ୍ଳା ପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝି,ଅତିରିକ୍ତ ଜିଲ୍ଳାପାଳ ସୋମନାଥ ପ୍ରଧାନ,ରାୟଗଡା ପୈାରାଧ୍ୟକ୍ଷ ପି.ମହେଶ ପଟ୍ଟନାୟକ,ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନଙ୍କ ସମେତ ଅନ୍ୟ ପ୍ରଶାସନିକ ଅଧିକାରୀ ଏବଂ ସହରର ବହୁ ବୁଦ୍ଧିଜୀବୀମାନେ ଯୋଗ ଦେଇ ଆମେ ଓଡିଆ ଆମ ଭାଷା ଓଡିଆ ସଂପର୍କରେ ନିଜ ନିଜ ଓଡିଆ ଲେଖନୀରେ ଓଡିଆ ଭାଷାର ପ୍ରଚାରପ୍ରସାରକୁ ନେଇ ବାର୍ତା ଲେଖି ଦସ୍ତଖତ କରିଥିଲେ । ସଂଘ ସଂପାଦକ ସୁବାଷଚନ୍ଦ୍ର ସୂର୍ଯ୍ୟ,ସାଂଗଠନିକ ସଂପାଦକ ମୃତ୍ୟୁଂଜୟ ନନ୍ଦ,ଦୁର୍ଗା ପ୍ରସାଦ ପାଢୀ,ବିଜୟ ମହାରଣା,ଉଦୟ କିରଣ,କୋମଳ ଲୋଚନ,ଲୋକନାଥ ପାଳ,ଅମଜଦ୍ ଅଲ୍ଳୀ,ସନ୍ତୋଷ ପାଣି,ଗୋପିନାଥ ଗୈାଡ,ତୁଷାର ରଂଜନ ସାହୁ,ସୁରେଷ କୋଣ୍ଡା,ଗୁରୁବିନ୍ଦର ସିଂ,ପ୍ରଦୀପ ଦଳେଇ,ଅକ୍ଷୟ ପିିଡିଶିକା ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

[contact-form][contact-field label=”Name” type=”name” required=”true” /][contact-field label=”Email” type=”email” required=”true” /][contact-field label=”Website” type=”url” /][contact-field label=”Message” type=”textarea” /][/contact-form]
