ସମ୍ବଲପୁର : ଉଦଘାଟନ ପୂର୍ବରୁ ପୋଲରେ ସୃଷ୍ଟି ହେଲାଣି ଫାଟ । ସମ୍ବଲପୁର ଧୋବିଜୋର ନାଲା ଉପରେ ନୂତନ ଭାବେ ନିର୍ମାଣ ହୋଇଥିବା ପୋଲରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି ।
୩ ମାସ ହେବ ପୋଲ ନିର୍ମାଣ ହୋଇଥିବାବେଳେ ପୋଲ ଉପରେ ବଡ ବଡ ଫାଟ ସୃଷ୍ଟି ହେବା ସହ ସିମେଣ୍ଟ ଅତଡା ଖସୁଛି । ପୋଲ ନିର୍ମାଣରେ ନିମ୍ନମାନର କାର୍ଯ୍ୟ ହୋଇଥିବାବେଳେ ଏହି ପୋଲ ଦେଇ ଯିବାକୁ ସ୍ଥାନୀୟ ଅଞ୍ଚଳବାସୀ ଭୟ କରୁଛନ୍ତି । ଶୀଘ୍ର ଏହି ପୋଲ ନିର୍ମାଣ କରିଥିବା ସମ୍ପୁକ୍ତ ଠିକା ସଂସ୍ଥାକୁ ବ୍ଲାକଲିଷ୍ଟ କରିବା ସହ ଜିଲ୍ଲାପ୍ରଶାସନ କାର୍ଯ୍ୟନୁଷ୍ଠାନ ନେବା ପାଇ ସହରବାସୀ ଦାବି କରିଛନ୍ତି ।
ଏହା ନିର୍ମାଣ ପାଇଁ ଦେଢ ବର୍ଷରୁ ଅଧିକ ସମୟରେ ଲାଗିଥିଲେ ମଧ୍ୟ ଅତି ନିମ୍ନମାନର କାମ ଯୋଗୁଁ ଫାଟ ସୃଷ୍ଟି ହେଲାଣି । ଶୁଭାରମ୍ଭ ହୋଇନି କି ସମ୍ପୂର୍ଣ୍ଣ ପ୍ଲାଷ୍ଟର କାମ ସରିନି ତଥାପି ଫାଟ ସୃଷ୍ଟି ଯୋଗୁଁ ସହରବାସୀ ପୋଲ ଉପରେ ଯାତାୟତ କରିବା ପାଇଁ ଭୟବୀତ ଅବସ୍ଥାରେ ରହିଛନ୍ତି ।
