ଭୁବନେଶ୍ୱର : ଶିବା ଏଗ୍ରୋ ରାଇସମିଲ ସିଲ କଲା ପ୍ରଶାସନ । ମିଲ ମାଲିକ କରୁଥିଲା ବେଆଇନ କାରବାର । ରାଇସ ମିଲକୁ ସିଲ କରି ମୁଖା ଖୋଲିଛି ପ୍ରଶାସନ । ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ବିବିନା ସ୍ଥିତ ଶିବାଏଗ୍ରୋ ରାଇସ ମିଲକୁ ଚଢ଼ାଉ କରିବା ପରେ ଯୋଗାଣ ବିଭାଗ ପକ୍ଷରୁ ସିଲ କରାଯାଇଛି ।
ଚଢାଉ ପରେ ମିଲ ଭିତରେ ହଜାର ହଜାର ବସ୍ତା ଧାନ ଓ ଚାଉଳ ପଡିରହିଥିଲା । ଯାହା ବେଆଇନ ଭାବେ ଗଚ୍ଛିତ ଥିବା ଜଣାପଡିଛି । ଏସବୁ ଟିଟିଲାଗଡ଼ ଯୋଗାଣ ବିଭାଗ, ସଇଁନ୍ତଲା ତହସିଲଦାର ସୁରେନ୍ଦ୍ର ମେହେର, ଯୋଗାଣ ଅଧିକାରୀ ଓ ପୋଲିସ ପ୍ରଶାସନ ଉପସ୍ଥିତିରେ ଚଢ଼ାଉ ପାଇଁ ନିର୍ଦ୍ଦେଶ ଦେଇଥିଲେ ଯୋଗାଣ ବିଭାଗ ।
ଟିଟିଲାଗଡ଼ ଉପ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଆସି ସ୍ଥିତି ଅନୁଧ୍ୟାନ କରିବା ପରେ ମିଲ ପରିସରରେ ଥିବା ତିନୋଟି ଗୋଦାମକୁ ସିଲ କରିଥିଲେ । ଆସନ୍ତାକାଲି ମିଲରେ କେତେ ପରିମାଣରେ ଧାନ ଓ ଚାଉଳ ଗଛିତ ରହିଛି ତାହା ଓଜନ ପରେ ଜଣାପଡିବ ବୋଲି ଟିଟିଲାଗଡ ଅତିରିକ୍ତ ଯୋଗାଣ ଅଧିକାରୀ ଶଙ୍କର୍ଷଣ ଭୋଇ ପ୍ରକାଶ କରିଛନ୍ତି ।
