ଭଦ୍ରକ : କୌଣସି ଦୁର୍ନୀତି ମୂଳକ କାର୍ଯ୍ୟକୁ ମୁଁ ସମର୍ଥନ କରିବି ନାହିଁ । ମୁଁ ଦୁର୍ନୀତି କରିବି ନାହିଁ କିମ୍ବା ଦୁର୍ନୀତିକୁ ପ୍ରଶ୍ରୟ ଦେବି ନାହିଁ । କୌଣସି ସୁବିଧା ଅସୁବିଧାରେ ସାହାଯ୍ୟ, ସହଯୋଗ ଓ ଅଭିଯୋଗ ପାଇଁ ମୋବାଇଲ ନମ୍ବର ଜାରି କରିଛନ୍ତି ସରପଞ୍ଚ ।
ଆମେ କହୁଚୁ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ମୁକୁନ୍ଦପୁର ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ ସସ୍ମିତା ମଲ୍ଲିକଙ୍କ କଥା । ସସ୍ମିତା ପୂର୍ବରୁ ରାଜ୍ୟ ବାହାରେ ଶିକ୍ଷକତା କରୁଥିଲେ । ପରେ ଶିକ୍ଷକତା ଛାଡି ରାଜନୀତିରେ ପାଦଦେଇ ସରପଞ୍ଚ ପଦରେ ନିର୍ବାଚିତ ହୋଇଛନ୍ତି । ତେବେ ଶପଥ ଗ୍ରହଣର ପ୍ରଥମ ଦିନରେ ନବ ନିର୍ବାଚିତ ସରପଞ୍ଚ ବୟସ୍କ ଓ ଦିବ୍ୟାଙ୍ଗଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ।
ପଞ୍ଚାୟତର ଶିକ୍ଷା ବ୍ୟବସ୍ଥାକୁ ସୁଧାରିବାକୁ ନେଇ କାର୍ଯ୍ୟ କରିବେ ବୋଲି କହିଛନ୍ତି । ତେବେ ଦୁର୍ନୀତିକୁ ଚେକ୍ ଦେବା ପାଇଁ ଗାଁର ଅନେକ ସ୍ଥାନରେ ଫୋନ ନମ୍ବର ସମ୍ବଳିତ ଫ୍ଲେକ୍ସ ଲଗାଇଛନ୍ତି । ଗ୍ରାମବାସୀଙ୍କର ଅଭିଯୋଗ ଥିଲେ ଜାରି ହୋଇଥିବା ବିଭିନ୍ନ ନମ୍ବରରେ ଅଭିଯୋଗ କରିପାରିବେ ।
