ବାଲିଆପାଳରେ ଦିବ୍ୟାଙ୍ଗ ନାବାଳିକା ସହ ଦୁଷ୍କର୍ମ ଉଦ୍ୟମ ଅଭିଯୁକ୍ତ ଅଟକ

ବାଲିଆପାଳ:  ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଛଡ଼ା ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ସେହି ଗାଆଁରେ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କ ସହ ଦୁଷ୍କର୍ମ ଉଦ୍ୟମ ହୋଇଥିବାର ଅଭିଯୋଗ ଆସିଛି। ମିଳିଥିବା ସୂଚନା ଅନୁଯାୟୀ ପୀଡ଼ିତାଙ୍କ ବାପା ତପନ ମଣ୍ଡଳ ଜଣେ ଅଟୋଚାଳକ । ଆଜି ଦିନ ପ୍ରାୟ ୧୧ଟା ବେଳେ ତମ୍ପଡ଼ା ଗୋଛାୟତ ନାମକ ଜଣେ ଯୁବକ ପୀଡ଼ିତାଙ୍କ ବାପାଙ୍କ ଅଟୋ ଭଡ଼ାରେ ନେବା ପାଇଁ ଆସିଥିଲେ। ଘରେ ଅଟୋଚାଳକ ବା ତାଙ୍କ ସ୍ତ୍ରୀ ନ ଥିଲେ । ଘରେ ଥିଲେ କେବଳ ପୀଡ଼ିତା। ଏହାର ସୁଯୋଗନେଇ ଯୁବକଜଣକ ଦିବ୍ୟାଙ୍ଗ ଯୁବତୀଙ୍କ ସହ ଦୁଷ୍କର୍ମ ପାଇଁ ଉଦ୍ୟମ କରିଥିଲେ। ଏହାପରେ ପୀଡ଼ିତା ଚିତ୍କାର କରିଥିଲେ। ।

ପୀଡ଼ିତାଙ୍କର ପାଟି ଶୁଣି ପଡ଼ୋଶୀମାନେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। । ସେମାନେ ତମ୍ପଡ଼ାକୁ ନିସ୍ତୁକ ଛେଚିଥିଲେ। ଏହା ପରେ ଘଟଣା ସଂପର୍କରେ ପୁଲିସକୁ ସୂଚନା ଦିଆଯାଇଥିଲା। ଏ ଘଟଣାରେ ପୁଲିସ୍ ଅଭିଯୁକ୍ତ ତମ୍ପଡ଼ା ଗୋଛାୟତକୁ ଅଟକ ରଖି ପଚରାଉଚରା କରୁଛି। ପୁଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ତମ୍ପଡ଼ା ଗୋଛାୟତର ଘର ବାଲିକୁଟି ଗାଁରେ। ପୀଡ଼ିତାଙ୍କ ଡାକ୍ତରମାଇନା କରାଯାଇଥିବାର ଖବର ମିଳିଛି।

Leave a Reply

Your email address will not be published. Required fields are marked *