ଆଜିର ରାଶିଫଳ

ମେଷ : ବୈବାହିକ ଜୀବନ ଖୁସିରେ ପୂର୍ଣ୍ଣ ରହିବ । ଅଫିସରେ ପରିବେଶ ଅନୁକୂଳ ରହିବ । ରାଜନୀତିରେ ସଫଳତା ପାଇବେ । ନିଜର ଚକ୍ଷୁ ପ୍ରତି ବେଶେଷ ଧ୍ୟାନ ଦିଅନ୍ତୁ ।
ବୃଷ : ଶୁଭ ଖବର ମିଳିବା ଯୋଗୁଁ ପରିବାରରେ ଖୁସିର ପରିବେଶ ରହିବ । ଆପଣଙ୍କ କାମରେ ଜୀବନସାଥୀ ପ୍ରସନ୍ନ ହେବେ । ବିରୋଧୀମାନଙ୍କ ପ୍ରତି ସାବଧାନ ରୁହନ୍ତୁ ।
ମିଥୁନ : ଆପଣଙ୍କ ମନ ପ୍ରସନ୍ନ ରହିବ । ପରିବାରରେ ସମସ୍ତଙ୍କୁ ସାହାର୍ଯ୍ୟ କରିବାରେ ସଫଳ ହେବେ । କାମରେ ବିଶିଷ୍ଟ ବ୍ୟକ୍ତିଙ୍କ ସାହାଯୋଗ ପାଇବେ । ବ୍ୟବସାୟରେ ଲାଭ ହେବ ।
କର୍କଟ : ଛୋଟ କଥା ପ୍ରତି ଧ୍ୟାନ ଦେଲେ ଯାଇ ସଫଳତା ପାଇବେ । ବାପା, ମା’ ଙ୍କ ପରାମର୍ଶ ଆପଣଙ୍କ ଲାଗି ଫଳପ୍ରଦ ସାବ୍ୟସ୍ତ ହେବ । ଅଧିକାରୀଙ୍କ ପ୍ରତି ବ୍ୟବହାର କୋମଳ ରଖନ୍ତୁ ।
ସିଂହ : ଅଫିସରେ ଭାବିଥିବା କାମ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ ହୋଇଯିବ । ବ୍ୟବସାୟୀଙ୍କୁ ଅଚାନକ ଧନ ଲାଭ ହୋଇପାରେ । ଭ୍ରମଣ ସୁଖଦ ରହିବ । ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ ।
କନ୍ୟା : ଅଧିକାରୀମାନଙ୍କ ସହ ବିଶେଷ ମାମଲାରେ କଥାବାର୍ତ୍ତା କରିବେ । ଜରୁରୀ କାମରେ ଜୀବନସାଥୀଙ୍କ ପରାମର୍ଶ ନେବା ଭଲ । ପ୍ରତିଯୋଗିତାମୂଳକ ପରୀକ୍ଷାରେ କୃତକାର୍ଯ୍ୟ ହେବେ ।
ତୁଳା : ଆପଣଙ୍କର ଜରୁରୀ କାମ ସଂପୂର୍ଣ୍ଣ ହେବ । ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବାର ଯୋଜନା କରିବେ । ମହିଳାମାନେ ଜିନିଷ କିଣିବାକୁ ସହରକୁ ଯାଇପାରନ୍ତି ।
ବିଛା : ଲୋକମାନଙ୍କୁ ନିଜ ଯୋଜନାରେ ସହମତ କରାଇନେବେ । ଅଫିସରେ ଆପଣଙ୍କ କାମ ଦେଖି କତ୍ତୃପକ୍ଷ ଖୁସି ହେବେ । ଛାତ୍ରଙ୍କ ଲାଗି ଦିନଟି ଲାଭପ୍ରଦ ହେବ ।
ଧନୁ : ଧନଲାଭର ସୁଯୋଗ ପାଇବେ । ଅଯଥା କଥା ଠୁଁ ଦୂରରେ ରୁହନ୍ତୁ । ଦୀର୍ଘ ଦିନର ଆଶା ପୂରଣ ହେବ । ଛାତ୍ରମାନେ ସହପାଠୀଙ୍କ ସହେଯାଗ ପାଇବେ ।
ମକର : କାମରେ ଭାଇ ଭଉଣୀଙ୍କ ସହେଯାଗ ପାଇବେ । କଳାକ୍ଷେତ୍ରରେ ଥିବା ଲୋକଙ୍କୁ ଉନ୍ନତିର ନୂଆ ମାର୍ଗ ମିଳିବ । ଛାତ୍ରଙ୍କ ଲାଗି ଦିନଟି ଭଲ ।
କୁମ୍ଭ : ନିତିଦିନିଆ କାମରେ ସଫଳତା ପାଇବେ । ଲୋକମାନଙ୍କୁ ଆପଣଙ୍କ ବିଚାର ପସନ୍ଦ ଆସିବ । ପାରିବାରିକ ଜୀବନ ସୁଖକର ହେବ । ସନ୍ତାନଙ୍କ ଶିକ୍ଷାରେ ଉନ୍ନତି ହେବାର ସମ୍ଭାବନା ଅଛି ।
ମୀନ : ଅଫିସ କାମରେ ବ୍ୟସ୍ତ ରହିବେ । ସମ୍ବନ୍ଧକୁ ନେଇ ଅଧିକ ଭାବପ୍ରବଣ ହେବେ । ନିଜର ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ଆପଣଙ୍କ ସବୁ ସମସ୍ୟାର ସମାଧାନ ବାହାରିବ ।

Leave a Reply

Your email address will not be published. Required fields are marked *