ବାସୁଦେବପୁର : ବାସୁଦେବପୁର ବ୍ଲକ ଖରିଦା ବିନାୟକପୁର ପଞ୍ଚାୟତ ଦାସ ସାହିରେ କେହି ଜଣେ ଦୁର୍ବୃତ୍ତ ସୁଶାନ୍ତ କୁମାର ଦାସଙ୍କର ଦୁଇଗୋଟି ଗାଡ଼ିରେ ନିଆଁ ଲଗାଇ ଦେଇଥିବାର ବାସୁଦେବପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି । ସୂଚନାରୁ ପ୍ରକାଶ ଗତକାଲି ବିଳମ୍ବିତ ରାତିରେ ସମସ୍ତେ ଶୋଇଥିବା ଅବସ୍ଥାରେ ସୁଶାନ୍ତଙ୍କର ଗୋଟିଏ ଟାଟା ମେଜିକ ଓ ଗୋଟିଏ ବୋଲେରୋ ଗାଡ଼ିରେ କେହି ନିଆଁ ଲଗାଇ ଦେଇଥିଲେ । ପରେ ପରିବାର ଲୋକ ଉଠି ଦେଖିବାକୁ ପାଇଥିଲେ କି ତାଙ୍କ ଗାଡ଼ିରେ କେହି ନିଆଁ ଲଗାଇ ଦେଇଛି । ସୁଶାନ୍ତ ଗ୍ରାମବାସୀମାନଙ୍କୁ ଡାକି ନିଆଁକୁ ଆୟତ କରିଥିଲେ ମଧ୍ୟ ଟାଟା ମେଜିକ ଗାଡିଟି ସମ୍ପୂର୍ଣ୍ଣ ପୋଡି ହୋଇଯାଇଥିବା ବେଳେ ବୋଲେରୋ ଟି ଆଂଶିକ ପୋଡିଯାଇଛି । ଏନେଇ ସୁଶାନ୍ତ ବାସୁଦେବପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
