ବଣାଇ : ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କ ଶ୍ରମିକ, କୃଷକ ମାରଣ ନିତି ଠାରୁ ଆରମ୍ଭ କରି ଘରୋଇକରଣ, ଦରଦାମର ଅହେତୁକ ବୃଦ୍ଧି ପ୍ରତିବାଦରେ ସାରା ଦେଶରେ ୧୦ଟି ଟ୍ରେଡ଼ ୟୁନିୟନର ମିଳିତ ସହଯୋଗରେ ୧୨ ଦଫା ଦାବିନେଇ ଆଜିଠାରୁ ସମଗ୍ର ଦେଶରେ ଦୁଇ ଦିନିଆ ଧର୍ମଘଟ ଡାକରା ଦିଆଯାଇଥିବା ବେଳେ, ବଣାଇ ଉପଖଣ୍ଡରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ୟୁନିୟନରେ ସଂଶ୍ଳିଷ୍ଟ ଥିବା ବ୍ୟାଙ୍କ, ପେଟ୍ରୋଲ ପମ୍ପ ତଥା କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ପୋଷ୍ଟ ଅଫିସ, ବି ଏସ ଏନ ଏଲ କାର୍ଯ୍ୟାଳୟ ବନ୍ଦ ରହିଥିବା ବେଳେ, ବସ ଚଳାଚଳ ମଧ୍ୟ ପ୍ରାୟତଃ ବନ୍ଦ ରହିଛି ।

ଦୋକାନ ବଜାର ଖୋଲା ରହିଛି ଓ ଲୋକଙ୍କ ଗମନାଗମନ ସ୍ୱାଭାବିକ ରହିଥିବା ବେଳେ, ବଣାଇରେ ବିଧାୟକ ଥିବା ଲକ୍ଷ୍ମଣ ମୁଣ୍ଡାଙ୍କ ନେତୃତ୍ୱରେ ସି. ଆଇ. ଟିୟୁ କର୍ମକର୍ତ୍ତାମାନେ ବଣାଇରେ ଥିବା ବିଭିନ୍ନ ସରକାରୀ ଅଫିସକୁ ଯାଇ ପିକେଟିଂ କରି ବନ୍ଦ କରୁଥିବା ଦେଖିବାକୁ ମିଳିଛି । ବନ୍ଦକୁ ଦୃଷ୍ଟିରେ ରଖି ବଣାଇ ପୋଲିସ ପକ୍ଷରୁ ବିଭିନ୍ନ କାର୍ଯ୍ୟାଳୟ ସମେତ ବିଭିନ୍ନ ଛକରେ ବ୍ୟାପକ ପୋଲିସ ମୁତୟନ କରାଯାଇ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।
