କନ୍ଧମାଳ : ଫୁଲବାଣୀ ସହରରେ ବୁଲୁଥିବା ମାନସିକ ବିକାରଗ୍ରସ୍ତଙ୍କ ସଫାସୁତୁରା କାର୍ଯ୍ୟକ୍ରମ କରାଯାଇଥିଲା । ସେଥି ମଧ୍ୟରୁ ଜଣେ ବ୍ୟକ୍ତିଙ୍କ ଅତିତରେ ସଡ଼କ ଦୁର୍ଘଟଣାରେ ଗୋଡ଼ ଭାଙ୍ଗିଯାଇଥିଲା । ଟିମ ସଦସ୍ୟ ତୁରନ୍ତ ମେଡିକାଲ ନେଇ ତାଙ୍କର ଚିକିତ୍ସା କରେଇଥିଲେ । ପରେ ସେ ସୁସ୍ଥ ହୋଇ ସହରରେ ବୁଲୁଥିଲେ ।
ଆଜି ହଠାତ ସକାଳୁ ସେହି ବ୍ୟକ୍ତି ବଜାର ଏସ.ବି.ଆଇ ବ୍ୟାଙ୍କ ସାମ୍ନାରେ ଅଚେତ ଅବସ୍ଥାରେ ପଡିଥିଲେ । ଟିମ ସଦସ୍ୟ ଏହି ଖବର ପାଇବା କ୍ଷଣି ଆସି କିଛି ପଦକ୍ଷେପ ନେବା ବେଳକୁ ସେ ମୃତ ବୋଲି ଜଣାପଡିଲା । ସେବା କରିଥିବା ସେହି ବ୍ୟକ୍ତିଙ୍କ ମୃତ୍ୟୁ ପାଇଁ ଟିମ ଦୁଃଖ ପ୍ରକାଶ କରିଛି ଏବଂ ଟିମର ଆବାହକ ଭି. ଲୋକନାଥ ରାଜୁଙ୍କ ନେତୃତ୍ୱରେ ଟିମ ସଦସ୍ୟ ଭି. ଜଗନ୍ନାଥ ରାଜୁ, ସାଇରାମ ପାତ୍ର, ସାଇପ୍ରସାଦ ପାଢ଼ୀ, ଅସିତ ମେକପ, ପ୍ରଫୁଲ କୁମାର ପୃଷ୍ଟି, ଏସ କେ ସାକୀର, ହିମାଂଶୁ ନାୟକ, ରାଜୀବ ଲୋଚନ ପଟ୍ଟନାୟକ, ଅମର ଜ୍ୟୋତି ପ୍ରଧାନ ଓ ଟାଉନ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ମୃତ ଶରୀରକୁ ମେଡିକାଲ ନେଇ ପୋଷ୍ଟମର୍ଟମ କରାଇ ଶବ ଘରେ ମୃତ ଶରୀରକୁ ସଂରକ୍ଷିତ ରଖାଗଲା ।
