ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ବୁଧବାର ସକାଳ ୧୦ ଟା ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ଯୋଗୀ ଆଦିତ୍ୟନାଥ।
ପରେ ଭବାନୀପାଟନା ରେ ମା ମାଣିକେଶ୍ୱରୀଙ୍କ ଦର୍ଶନ ପରେ ଲାଲ୍ ବାହାଦୂର ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ସମାବେଶରେ ଉଦବୋଧନ ଦେବେ। ଏହାପରେ ଯୋଗୀ ଆଦିତ୍ୟନାଥ ଖୋର୍ଦ୍ଧା ଜିଲ୍ଲା ଗସ୍ତ କରିବେ। ସେଠାରେ ନାଚୁଣି କଲେଜ ପଡ଼ିଆରେ ଆୟୋଜିତ ସଭାରେ ଯୋଗ ଦେବେ।
ଆଗକୁ ନିର୍ବାଚନ ଆସୁଥିବା ବେଳେ ଆଦିତ୍ୟନାଥଙ୍କ ଓଡ଼ିଶାଗସ୍ତକୁ ନେଇ ନେତା କର୍ମୀ ଉତ୍ସାହିତ ଅଛନ୍ତି। ସରକାରଙ୍କ ଯୋଜନା କିପରି ତୃଣମୂଳ ସ୍ତରରେ ଲୋକଙ୍କ ପାଖରେ ପହଞ୍ଚିଛି ଓ କେତେ ଲୋକ ଉପକୃତ ହୋଇଛନ୍ତି ତାହା ଲୋକଙ୍କ ପାଖରେ ପହଞ୍ଚାଇବେ। ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ତିନି ଥର , ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ସାହା ଦୁଇ ଥର ଏବଂ ପୂର୍ବ ସପ୍ତାହ ରେ କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ ଓଡ଼ିଶା ଗ୍ରସ୍ତ ରେ ଆସିସାରିଛନ୍ତି। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ରାଜ୍ୟ ରେ ବିଜେପି କିପରି ଭଲ ପଦର୍ଶନ କରିବେ ସେନେଇ କେନ୍ଦ୍ରୀୟ ପ୍ରତିନିଧି ଓଡ଼ିଶାକୁ ମାରାଥନ ଗ୍ରସ୍ତ କରୁଛନ୍ତି।
