ପାଟଣା : ତୁରୁମୁଙ୍ଗା ପୋଲିସ ଦ୍ୱାରା ଏକ ଗୋରୁ ବୋଝେଇ ଟ୍ରକ ଜବତ । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପତ ହାତିବାରୀ ନିକଟରୁ ଜବତ ହୋଇଛି ଗୋରୁ ବୋଝେଇ ଟ୍ରକ ।
ଖବର ଅନୁଯାୟୀ, ଗୋରୁମାନଙ୍କୁ ଅତି ଦୟନୀୟ ଭାବରେ ବନ୍ଧାଯାଇ ଟ୍ରକ ଭିତରେ ଲୋଡ଼ କରି ବରଗଡ ଅଞ୍ଚଳରୁ କୋଲକାତା ଅଭୁମୁଖେ ଚାଲାଣ କରାଯାଉଥିଲା । ଏ ସଂପର୍କରେ ଖବର ପୋଲିସ୍ ଚଢ଼ାଉ କରି ଉକ୍ତ ଟ୍ରକକୁ ଜବତ କରିଛି । ଟ୍ରକରୁ ୨୧ ଟି ଗୋରୁକୁ ଉଦ୍ଧାର କରିଛି । ସମସ୍ତ ଗୋରୁଙ୍କ ଚିକିତ୍ସା କରାଯାଇ ଗୋଶାଳାରେ ଛଡ଼ାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।
