ଭାଲୁର ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ମୟୁରଭଞ୍ଜ : କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ଖଣ୍ଡବନ୍ଧ ଗ୍ରାମପଞ୍ଚାୟତ ପୁରୁଣାପଣି ଗାଁ ଭିତରକୁ ଗୁରୁବାର ମଧ୍ୟହ୍ନରେ ଗୋଟିଏ ଜଙ୍ଗଲୀ ଭାଲୁ ପଶିଯିବାରୁ ଗ୍ରାମବାସୀ ଭାଲୁ ଦେଖି ଭୟଭୀତ ହୋଈ ପଡ଼ିଥିଲେ । କିନ୍ତୁ ଗ୍ରାମ ଭିତରକୁ ଚାଲି ଆସିଥିବା ଭାଲୁ କାହାରି କିଛି କ୍ଷତି ନ କରିବ ଜାଣି ଗ୍ରାମବାସୀମାନେ ଧୀରେ ଧୀରେ ଭାଲୁକୁ ଗ୍ରାମରୁ ଜଙ୍ଗଲ ଭିତରକୁ ଘଉଡ଼ାଇ ଦେଇଥିଲେ ।

ଗ୍ରାମବାସୀମାନଙ୍କ କହିବାନୁଯାୟୀ ଭାଲୁଟି ବୃଦ୍ଧ ହୋଇଯିବା ସହିତ ତାର ଗୋଡ଼ ଦୁଇଟିରେ ଆଘାତ କାରଣରୁ ଛୋଟେଇ ଚାଲୁଥିଲା । କିନ୍ତୁ ଗତକାଲି ଭାଲୁଟିର ମୃତ୍ୟୁ ଘଟିଛି । ଭାଲୁଟିର ମୃତୁର ସଠିକ କାରଣ ଜଣାପଡିନଥିବା ବେଳେ, ଦୁଇ ଭାଲୁ ପରସ୍ପର ମଧ୍ୟରେ ଝଗଡା ଯୋଗୁଁ ଆହତ ହୋଇ ମୃତୁ ହୋଇଥିବା ସୂଚନା ଦେଲେ ଠାକୁରମୁଣ୍ଡା ରେଞ୍ଜର ଲୋକେ । ତେବେ ଆଜି ଭାଲୁଟିର ବ୍ୟବଛେଦ ହେବ ।

ବ୍ୟବଛେଦ ରିପୋର୍ଟ ପରେ ହିଁ ଜଣାପଡିବ ଭାଲୁଟି କେଉଁ କାରଣରୁ ମୃତ୍ୟୁବରଣ କଲା । ଏଠି ପ୍ରଶ୍ନ ଉଠେ ଯଦି ଦୁଇ ଭାଲୁ ମଧ୍ୟରେ ଝଗଡା ହେଲା ଅଣ୍ଡିରା ଭାଲୁଟିର ମୃତ୍ୟୁ ହେଲା ତା’ହେଲେ ମାଈ ଭାଲୁଟି କୁଆଡେ ଗଲା ତା’ର ଅବସ୍ଥା କ’ଣ ଏବଂ କଉଠି ଅଛି ସେ ଭାଲୁ ?

Leave a Reply

Your email address will not be published. Required fields are marked *