ଆଜିର ରାଶିଫଳ

ମେଷ : ମନ ଅଶାନ୍ତି ମୁକ୍ତ ରହିବ । ଲୋକମାନଙ୍କ ସହ ମହତ୍ତ୍ବପୂର୍ଣ୍ଣ କଥା ଆଲୋଚନା କରିବାର ସୁଯୋଗ ପାଇବେ । ବ୍ୟବସାୟରେ ଆଶା ଠୁଁ ଅଧିକ ଲାଭ ପାଇବେ ।
ବୃଷ : ଇଚ୍ଛା ପୂରା କରିବା ପ୍ରୟାସରେ ସଫଳ ହେବେ । ମହିଳା ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ହେବ । ଛାତ୍ରଙ୍କୁ ସହପାଠୀଙ୍କ ସହେଯାଗ ମିଳିବ ।
ମିଥୁନ : ଆପଣ ନିଜ କଥାରେ ଲୋକଙ୍କ ମନକୁ ପ୍ରଭାବିତ କରିପାରିବେ । ବ୍ୟବସାୟୀଙ୍କ ଲାଗି ଦିନଟି ଲାଭଦାୟକ ରହିବ । ଦୀର୍ଘ ଦିନର ଘରୋଇ ସମସ୍ୟା ଦୂର ହେବ ।
କର୍କଟ : ଆପଣଙ୍କୁ ନିଜ ପ୍ରତିଭାରୁ ଯଥେଷ୍ଟ ଲାଭ ମିଳିବ । ଜମି ସମସ୍ୟାର ସମାଧାନ ହୋଇଯିବ । ଜୀବନସାଥୀ ଓ ପରିଜନଙ୍କ ସ୍ନେହ ପାଇବେ । ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ।
ସିଂହ : ନୂଆ ବିଚାର ଆପଣଙ୍କ ଆର୍ଥିକ ପକ୍ଷ ଲାଗି ଲାଭଦାୟକ । ଚାକିରି ପରିବର୍ତ୍ତନ ପାଇଁ ଦିନଟି ଭଲ । ଛାତ୍ରମାନେ ଏକାଗ୍ରତାର ସହ ପଢ଼ିବା ପାଇଁ ଚେଷ୍ଟା କରନ୍ତୁ ।
କନ୍ୟା : ଚାକିରିରେ ନୂଆ ଦାୟିତ୍ୱ ମିଳିବ । ଅଚାନକ କୌଣସି ବନ୍ଧୁ ଆପଣଙ୍କୁ ଦେଖା କରିବାକୁ ଆସିବେ । ବ୍ୟବସାୟରେ ଭଲ ଲାଭ ହେବ । ପ୍ରେମ ସମ୍ବନ୍ଧରେ ମଧୁରତା ଆସିବ ।
ତୁଳା : କୌଣସି କାମକୁ ନୂଆକରି ମୂଳରୁ ଆରମ୍ଭ କରିବେ । ଆର୍ଥିକ ସ୍ଥିତି ସୁଦୃଢ ହେବା ଯୋଗୁଁ ପରିବାରରେ ଅଶାନ୍ତି କମିବ । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ପ୍ରଶଂସା ମିଳିବ ।
ବିଛା : କାର୍ଯ୍ୟକ୍ଷେତ୍ରରେ ଆମଦାନି ବୃଦ୍ଧିର ସୁଯୋଗ ପାଇବେ । ସନ୍ଧ୍ୟାରେ ଜୀବନସାଥୀଙ୍କ ସହ ଆନନ୍ଦମୟ ସମୟ କାଟିବେ । ଲୁଗା ଦୋକାନ ଖୋଲିବା ପାଇଁ ଦିନଟି ଭଲ ।
ଧନୁ : ପୂରା ଦିନ ଆପଣଙ୍କ ମନ ପ୍ରସନ୍ନ ରହିବ । ଅଫିସରେ ଆପଣଙ୍କ ପରାମର୍ଶକୁ ସମସ୍ତେ ସମ୍ମାନ କରିବେ । ପ୍ରେମ ପ୍ରସଙ୍ଗରେ ସଫଳତା ପାଇବେ ।
ମକର : ଆପଣଙ୍କର ପରାକ୍ରମ ବଢିବ । କୌଣସି ଜରୁରୀ କାମରେ ଦୂର ସ୍ଥାନକୁ ଯିବେ । ଚାକିରିଆଙ୍କର ଏଭଳି ସ୍ଥାନକୁ ବଦଳି ହେବ ଯାହାଦ୍ୱାରା ଯାଆସରେ ଅସୁବିଧା ହୋଇପାରେ ।
କୁମ୍ଭ : ଅଯଥା କଥା ଠୁଁ ନିଜକୁ ଦୂରରେ ରଖନ୍ତୁ । ଅପ୍ରତ୍ୟାଶିତ ଧନପ୍ରାପ୍ତି ହେବ । ବ୍ୟବସାୟ ବିଷୟରେ ବନ୍ଧୁ ସହିତ କଥାବାର୍ତ୍ତା ହେବେ । ଗୃହିଣୀଙ୍କୁ ସ୍ୱାମୀଙ୍କ ସହଯୋଗ ମିଳିବ ।
ମୀନ : ପୂର୍ବର ଚିନ୍ତା ସମାପ୍ତ ହେବ । ନିଜ ଭାବନା ଓ ଯୋଜନାକୁ କ୍ରିୟାନ୍ୱିତ କରିବା ପାଇଁ ଲଗାତାର ପ୍ରୟାସ କରିବେ । ଦାମ୍ପତ୍ୟ ଜୀବନ ପୂର୍ବ ଅପେକ୍ଷା ଭଲ ହେବ ।

Leave a Reply

Your email address will not be published. Required fields are marked *