କଟକ : ସିଏମସିର ୫୩ ନମ୍ୱର ୱାର୍ଡ ସାମ୍ନାରେ ଶାସକ ଦଳ କର୍ମୀ ବାଣ୍ଟୁଥିଲେ ଟଙ୍କା । ଲୋକେ ଧରି ନିର୍ଦ୍ଧୁମ ପିଟିଲେ । ତା’ସହ ପୋଲିସରେ ଜିମା ଦେଲେ । ଏଭଳି ଘଟଣା ଦେଖିବାକୁ ମିଳିଛି ସିଏମସିର ୫୩ ନମ୍ୱର ୱାର୍ଡ ସ୍ଥିତ କଲ୍ୟାଣନଗର ଅଞ୍ଚଳରେ । ଅନ୍ୟପଟେ ପୋଲିସ ଉକ୍ତ ଯୁବଙ୍କୁ କାବୁ କରି ନେଇଥିବା ସୂଚନା ରହିଛି ।
ଜାରି ରହିଛି ପୌର ଭୋଟ । ସକାଳ ୧୧ଟା ସୁଦ୍ଧା ୨୦ ପ୍ରତିଶତ ପୋଲିଂ ହୋଇଛି । ବେଶ୍ ସୁରୁଖୁରୁ ଓ ଶାନ୍ତିଶୃଙ୍ଖଳା ସହ ଭୋଟଦାନ ଜାରି ରହିଛି । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ନିର୍ବାଚନରେ ରାଜ୍ୟର ୪୭ଟି ମ୍ୟୁନିସିପାଲଟି, ୫୯ଟି ଏନ୍ଏସି ଏବଂ ୩ଟି ମହାନଗର ନିଗମର କର୍ପୋରେଟର ଏବଂ ମେୟର ପଦବି ପାଇଁ ଭୋଟ୍ ହେଉଛି ।
ମତାଦାନ କରୁଛନ୍ତି ୪୧ ଲକ୍ଷ ମତଦାତା । ଏନଏସି ର ୧ ହଜାର ୬୭୨ ୱାର୍ଡ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ୮ଟା ରୁ ମତଦାନ ଆରମ୍ଭ ହୋଇଥିବାବେଳେ ସନ୍ଧ୍ୟା ୫ଟା ଯାଏ ଭୋଟିଂ ଚାଲିବ । ଏଥିପାଇଁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ଦେଖିବାକୁ ମିଳିଛି । ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ପୁଲିସ ବିଭାଗ ପକ୍ଷରୁ ସାରା ରାଜ୍ୟରେ ୧୯୫ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି ।
