ତାଲିକରେ ତ୍ରୁଟି, ମତଦାନ ବନ୍ଦ କଲେ ଗ୍ରାମବାସୀ

ବାସୁଦେବପୁର : ପୌର ନିର୍ବାଚନ ପାଇଁ ପଡ଼ୁଛି ଭୋଟ୍‌ । ହେଲେ ବାସୁଦେବପୁର ପୌରପାଳିକା ୨୯ ନମ୍ବର ବୁଥରେ ଉତ୍ତେଜନା ଦେଖା ଦେଖାଦେଇଛି । ଭୋଟର ତାଲିକାରେ ୬ ପରିବାରର ନାମ ନଥିବାରୁ ଗ୍ରାମବାସୀମାନେ ମତଦାନ ବନ୍ଦ କରିଛନ୍ତି । ଫଳରେ ବୁଥ ଅଚଳ ହୋଇଛି । ବୁଥରେ ସକାଳ ୮ଟା ରୁ ମତଦାନ ଆରମ୍ଭ ହୋଇଥିଲା । କିଛି ସମୟ ଠିକ୍‌ ଠାକ୍‌ ମତଦାନ ଚାଲିବା ପରେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ଘଟଣାକୁ ନେଇ କୌଣସି ପୁଲିଂ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

Leave a Reply

Your email address will not be published. Required fields are marked *