ମେଷ : ସ୍ଥଗିତ କାମ ସଂପୂର୍ଣ୍ଣ ହୋଇଯିବ । ଦାମ୍ପତ୍ୟ ଜୀବନରେ ଖୁସିର ଆଗମନ ହେବ । ସରକାରୀ ଚାକିରିଆଙ୍କ କାମରେ ଅଧିକାରୀ ବର୍ଗ ଖୁସି ରହିବେ ।
ବୃଷ : ନକାରାତ୍ମକ ଭାବନା ମସ୍ତିଷ୍କକୁ ଆସିବାକୁ ଦିଅନ୍ତୁ ନାହିଁ । ଜୀବନସାଥୀଙ୍କ ପରାମର୍ଶ ଆପଣଙ୍କ ଲାଗି ଲାଭପ୍ରଦ ହେବ । ବେକାରଙ୍କୁ ଚାକିରି ମିଳିପାରେ ।
ମିଥୁନ : ପୂଜାପାଠରେ ଅଧିକ ସମୟ ବିତିବ । ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ସୁଦୃଢ ହେବ । ପରିଶ୍ରମ ଫଳ ପାଇବେ । ବିଦ୍ୟାର୍ଥୀଙ୍କ ମନ ଲେଖାପଢାରେ ଲାଗିବ ।
କର୍କଟ : ପରିବାରରେ କାହା ସହିତ ବାଦ ବିବାଦ ହୋଇପାରେ । କଳାକାର କିଛି ନୂଆ କରିବାକୁ ଭାବିବେ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ପ୍ରେମିକାଙ୍କୁ ମନର କଥା କହିବେ ।
ସିଂହ : ଦୁଃସାହସିକ ପଦେକ୍ଷପ ନେବାରୁ ନିବୃତ୍ତ ରୁହନ୍ତୁ । କୌଣସି ପୂର୍ବ ବିବାଦ ସମ୍ମୁଖକୁ ଆସିପାରେ । ବ୍ୟବସାୟ ବୃଦ୍ଧି ଲାଗି ନୂଆ ସୁଯୋଗ ପାଇବେ ।
କନ୍ୟା : କାମରେ ଭଲ ପ୍ରଦର୍ଶନ ପାଇଁ କିଛି ନୂଆ କରିବେ । ଖେଳାଳିଙ୍କ ଲାଗି ଦିନଟି ବହୁତ ଭଲ । ଜୀବନସାଥୀଙ୍କୁ ସମୟ ଦିଅନ୍ତୁ । ସ୍ୱାସ୍ଥ୍ୟରେ ସୁଧାର ହେବ ।
ତୁଳା : କାର୍ଯ୍ୟରେ ଭାଗ୍ୟର ସହେଯାଗ ପାଇବେ । ଧନପ୍ରାପ୍ତିର ଭଲ ଯୋଗ ରହିଛି । ବିଶେଷ ବ୍ୟକ୍ତିଙ୍କ ଠାରୁ ଶୁଭ ଖବର ମିଳିବ । ଜୀବନସାଥୀ ଆପଣଙ୍କୁ ନେଇ ଖୁସି ରହିବେ ।
ବିଛା : ବନ୍ଧୁ ସହଯୋଗରେ ସ୍ଥଗିତ କାମ ସଂପୂର୍ଣ୍ଣ ହେବ । ସରକାରୀ କର୍ମଚାରୀଙ୍କ ଲାଗି ଭଲ ଦିନଟିଏ । ପ୍ରେମୀ ଯୁଗଳଙ୍କର ପରସ୍ପର ପ୍ରତି ବିଶ୍ୱାସ ବଢିବ ।
ଧନୁ : ଆପଣ ସକରାତ୍ମକ ରହିବେ ଏବଂ ମନରେ ନୂଆ ଆଶା ଜନ୍ମିବ । ଅଧିକ ସମୟ ପିଲାପିଲିଙ୍କ ସହ ବିତିବ । ବିଦ୍ୟାର୍ଥୀ କ୍ୟାରିୟରରେ ଉନ୍ନତି ପାଇଁ ଅଧିକ ପରିଶ୍ରମ କରିବେ ।
ମକର : ଗଣମାଧ୍ୟମ କର୍ମଚାରୀଙ୍କ ପାଇଁ ଦିନଟି ବ୍ୟସ୍ତ ବହୁଳ ରହିବ । ଅନ୍ତଙ୍ଗ ବନ୍ଧୁ ଅପଣଙ୍କୁ ଆର୍ଥିକ ସହାୟତା ମାଗି ପାରନ୍ତି । ଛାତ୍ରଛାତ୍ରୀ ଲେଖାପଢାରେ ଅଧିକ ମନ ଦିଅନ୍ତୁ ।
କୁମ୍ଭ : ପୂର୍ବରୁ ଲାଗି ରହିଥିବା ସମସ୍ୟାର ସମାଧାନେ ହବ । ରାଜନେତା ନୂଆ କାର୍ଯ୍ୟଭାର ଗ୍ରହଣ କରିବେ । ଘରେ ଖୁସିର ପରିବେଶ ରହିବ । ପ୍ରେମ ଜୀବନ ମଧୁର ହେବ ।
ମୀନ : ଆପଣଙ୍କ ଧ୍ୟାନ ଧର୍ମ ଦିଗରେ ଅଧିକ ଲାଗି ରହିବ । ସନ୍ତାନ ପକ୍ଷରୁ ଖୁସି ଖବର ପାଇବେ । ଅଫିସରେ ଜରୁରୀ କାମରେ ଉପସ୍ଥିତ କର୍ମଚାରୀ ସାହାଯ୍ୟ କରିବେ ।
