ମୃତ୍ୟୁ ରହସ୍ୟ ଲୁଚାଇବାକୁ ହାତୀର ମୃତଦେହ ପୋତିଦେଲେ ବନ କର୍ମଚାରୀ

ସୁନ୍ଦରଗଡ : ସୁନ୍ଦରଗଡ଼ ବଣାଇରେ ଦନ୍ତା ହାତୀ ଶିକାର । ଜଙ୍ଗଲରୁ ମିଳିଲା ହାତୀର ଗଳିତ ଶବ । ମୃତ ହାତୀର ଦାନ୍ତ ଓ ପଞ୍ଜରା ହାଡ଼ ନଥିବା ବେଳେ ମୃତ୍ୟୁ ରହସ୍ୟ ଲୁଚାଇବାକୁ ମୃତଦେହ ପୋତିଦେଲେ ବନ କର୍ମଚାରୀ ।

ତେବେ ଶିକାର ପରେ ମୃତ ହାତୀର ଦାନ୍ତ ଓ ପଞ୍ଜରା ହାଡ଼ ଶିକାରୀ ନେଇ ଯାଇଥିବା ସନ୍ଦେହ କରାଯାଉଛି । ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ କରିବା ସହ ପଶୁ ଚିକିତ୍ସିକଙ୍କ ଦ୍ୱାରା ବ୍ୟବଚ୍ଛେଦ କରାଯାଇଛି । ହାତୀର ଦାନ୍ତ ଓ ପଞ୍ଜରା ହାଡ଼ କଥା ପଚାରିବାରୁ କଥା ବୁଲାଉଛନ୍ତି ବନ ଅଧିକାରୀ । ମୃତ୍ୟୁ ପରେ ଦାନ୍ତ ସଢ଼ି ଯାଇଥିବା କହିଛନ୍ତି ବନ କର୍ମଚାରୀ । ଯାହା ଏବେ ବନ ବିଭାଗର କାର୍ଯ୍ୟ ଦକ୍ଷତାକୁ ସନ୍ଦେହ ଘେରକୁ ଆଣିଛି ।

Leave a Reply

Your email address will not be published. Required fields are marked *