ମେଷ : କୌଣସି କାର୍ଯ୍ୟ କରିବା ସମୟରେ ମନକୁ ଶାନ୍ତ ରଖନ୍ତୁ । ଆପଣଙ୍କ କାମ ସଂମ୍ପୂର୍ଣ୍ଣ ହେବ । ପରିବାରରେ କ୍ଳେଶ ଦୂର ହେବ । ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିବ ।
ବୃଷ : ଦୀର୍ଘଦିନ ଧରି ପ୍ରୟାସ କରି ଆସୁଥିବା କାମରେ ସଫଳ ହେବେ । ଆର୍ଥିକ ସ୍ଥିତି ସୁଦୃଢ ହେବ । ବନ୍ଧୁ ଓ ପରିଜନଙ୍କୁ ନିଜର ଖୁସି କୁହନ୍ତୁ । ଶିକ୍ଷାର୍ଥୀ ଲେଖାପଢାରେ ଅଧିକ ଧ୍ୟାନ ଦିଅନ୍ତୁ ।
ମିଥୁନ : ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବ । ପରିବାରରେ କୌଣସି ଗୁରୁ ଦାୟିତ୍ୱ ତୁଲାଇବେ । ସମାଜରେ ଆପଣଙ୍କର ମାନ ସମ୍ମାନ ବଢିବ । ଛାତ୍ରଙ୍କ ଲାଗି ଦିନଟି ଅନୁକୂଳ ରହିବ ।
କର୍କଟ : ଅଫିସ କାମ ଅତିଶୀଘ୍ର ସଂପୂର୍ଣ୍ଣ କରିଦେବେ । କୌଣସି ସଂପର୍କୀୟ ଆପଣଙ୍କ ଘରକୁ ଆସିବେ । ସବୁ ସମସ୍ୟାର ସମାଧାନ ବାହାରିବ । ଭୂସଂପତ୍ତି କିଣିବା ଯୋଗ ରହିଛି ।
ସିଂହ : ବେପାରରେ ସାମିଲ ଦେବା ପାଇଁ ପ୍ରସ୍ତାବ ପାଇପାରନ୍ତି । ସରକାରୀ ଚାକିରିଜୀବୀଙ୍କ ଲାଗି ଭଲ ଦିନଟିଏ । ପାରିବାରିକ ଜୀବନ ଶାନ୍ତିମୟ ହେବ । ପ୍ରେମ ଜୀବନ ଭଲ ରହିବ ।
କନ୍ୟା : ଯେଉଁ କାମ ଦୀର୍ଘଦିନ ଧରି ପୂରା କରିବାକୁ ଚାହୁଛନ୍ତି ତାହା ଭାଇ ଭଉଣୀଙ୍କ ସାହାଯ୍ୟରେ ସଂପୂର୍ଣ୍ଣ କରିନେବେ । ଅନ୍ୟମାନଙ୍କ ସହିତ କଥା ହେବା ବେଳେ ଠିକ୍ ଭାଷା ପ୍ରୟୋଗ କରନ୍ତୁ ।
ତୁଳା : ଅଫିସ କାମ ସଂପୂର୍ଣ୍ଣ କରିବା ପାଇଁ ବ୍ୟସ୍ତ ରହିବେ । ଅଧିକାର ଜାହିର କରିବା ପ୍ରବୃତ୍ତିରୁ ନିବୃତ୍ତ ରୁହନ୍ତୁ । ପାଖଲୋକ ଠାରୁ ଖୁସି ଖବର ପାଇବେ । ପାରିବାରିକ ଜିବନ ସୁଖକର ହେବ ।
ବିଛା : ଆପଣଙ୍କୁ ରଚନାତ୍ମକ କାମର ପ୍ରଶଂସା ମିଳିବ । ଆପଣଙ୍କ ସମ୍ମୁଖକୁ ଆସୁଥିବା ସବୁ ଚ୍ୟାଲେଞର ଦୃଢଭାବେ ମୁକାବିଲା କରିପାରିବେ । ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ ।
ଧନୁ : ଆପଣଙ୍କ ମନ ପସନ୍ଦ କଂପାନିର ଚାକିରି ପାଇଁ ଡାକରା ଆସିପାରେ । ଲେଖକଙ୍କ ଲାଗି ଭଲ ଦିନଟିଏ । କାରବାରରେ ଲାଭ ପାଇବେ । ଛାତ୍ରଙ୍କ କ୍ୟାରିୟର ନୂଆ ରୂପରେ ସୁଶୋଭିତ ହେବ ।
ମକର : ଆଜି ଆପଣଙ୍କ ଲାଗି ସବୁ ଭଲ ହେବ । ଜୀବନସାଥୀ ସହିତ ଲାଗି ରହିଥିବା ବିବାଦର ସମାଧାନ ହେବ । ଔଷଧ ବ୍ୟବସାୟୀଙ୍କୁ ଧନଲାଭ ହେବ । ରାଜନୀତିରେ ସଫଳତା ପାଇବେ ।
କୁମ୍ଭ : ଘରେ କୌଣସି ଧାର୍ମିକ କାର୍ଯ୍ୟକ୍ରମର ରୂପରେଖ ତିଆରି କରିପାରନ୍ତି । ପରିବାରରେ ଲାଗି ରହିଥିବା ଅଶାନ୍ତି ଦୂର ହେବ । ଆବିବାହିତଙ୍କ ବିବାହ ପାଇଁ ଶୁଭ ପ୍ରସ୍ତାବ ଆସିବ ।
ମୀନ : ଯେଉଁ କାମ କରିବାକୁ ଚାହିବେ ସହଜରେ ସଂପୂର୍ଣ୍ଣ ହେବ । ବିରୋଧୀ ଆପଣଙ୍କ ଠାରୁ ଦୂରତ୍ୱ ବଜାୟ ରଖିବେ । ପୁରୁଣା ବନ୍ଧୁ ସହିତ ମିଶିବା ପାଇଁ ମନରେ ଆଗ୍ରହ ସୃଷ୍ଟି ହେବ ।
