ଗନ୍ ପଏଣ୍ଟରେ ପେଟ୍ରୋଲ ପମ୍ପରୁ ୨୦ ଲକ୍ଷ ଟଙ୍କା ଲୁଟ୍

କେନ୍ଦୁଝର  : ପେଟ୍ରୋଲ ପମ୍ପରୁ ୨୦ ଲକ୍ଷ ଟଙ୍କା ଲୁଟ୍ । ଗନ୍ ପଏଣ୍ଟରେ ପେଟ୍ରୋଲ ପମ୍ପରୁ ୨୦ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । କେନ୍ଦୁଝର ସଦର ଥାନା ଜଡିଚାତର ଠାରେ ଥିବା ଏକ ପେଟ୍ରୋଲ ପମ୍ପରୁ ଏହି ଲୁଟ୍ ହୋଇଛି ।

ଖବର ଅନୁଯାୟୀ, ଆଜି ଭୋର ପ୍ରାୟ ୪ଟା ବେଳେ ୬ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ଏହି ଲୁଟ୍ କରିଛନ୍ତି । ଦୁର୍ବୃତ୍ତମାନେ ହେଲମେଟ ପିନ୍ଧି ପେଟ୍ରୋଲ ପମ୍ପରେ ପଶି ହଠାତ୍ ଆକ୍ରମଣ କରିଥିଲେ । ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ବନ୍ଧୁକ-ଭୁଜାଲି ଦେଖାଇ ୬ ଜଣ ଲୁଟେରା ୨୦ଲକ୍ଷ ଟଙ୍କା ଧରି ଚମ୍ପଟ ମାରିଛନ୍ତି । ଏହା ସହିତ ଗୋଟିଏ ବନ୍ଧୁକ ତିନୋଟି ଜୀବନ୍ତ ଗୁଳି ଓ ୪ ଟି ମୋବାଇଲ୍ ନେଇଥିବା ସୂଚନା ମିଳିଛି । ଲୁଟ୍ ନେଇ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ତେବେ ସବୁଠାରୁ ବଡକଥା ହେଲା ପଦ୍ମପୁର ଅଞ୍ଚଳରେ ବର୍ତ୍ତମାନ ଚୋରୀ ଡକାୟତି ରାଜହାନୀ ଭଳି ଅପରାଧ ବଢିବାକୁ ଲାଗୁଛି । ମାତ୍ର ଏହାକୁ ରୋକିବାରେ ପୋଲିସ ପ୍ରଶାସନ ବିଫଳ ହୋଇଛି ବୋଲି ବୁଦ୍ଧିଜୀବି ମହଲରେ ପ୍ରକାଶ ପାଇଛି । ଜିଲ୍ଲା ପୋଲିସ ପ୍ରଶାସନ ଘଟୁଥିବା ଏହି ଅପରାଧ ପ୍ରତି ଅଧିକ ଗୁରୁତ୍ବ ଦେବା ସହ ପାଟ୍ରୋଲିଂକୁ କଡାକଡି କରିବାକୁ ସାଧାରଣରେ ଦାବି ହୋଇଛି ।

Leave a Reply

Your email address will not be published. Required fields are marked *