ଶ୍ରୀ ଅରବିନ୍ଦଙ୍କ ୧୫୦ ତମ ଜନ୍ମଜୟନ୍ତୀ ପାଳନ ପୂର୍ବକ ଶିକ୍ଷାନୁଷ୍ଠାନ ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ

ବଣାଇ : ସାରା ଭାରତବର୍ଷ, ତଥା ବିଦେଶରେ ଶ୍ରୀ ଅରବିନ୍ଦଙ୍କ ୧୫୦ ତମ ଜନ୍ମଜୟନ୍ତୀ ପାଳନ ଏବଂ ତାଙ୍କ ଜୀବନର ମହତ୍ ଉଦ୍ଦେଶ୍ୟକୁ ସ୍ମରଣ ପୂର୍ବକ ସାରା ଦେଶରେ ଜନ୍ମଜୟନ୍ତୀ ପାଳନ ଅବସରରେ ବଣାଇ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ରରେ ମଧ୍ୟ ଜନ୍ମଜୟନ୍ତୀ ପାଳନ ଓ ବିଦ୍ୟାଳୟର ରୈପ୍ୟ ଜୟନ୍ତୀ ପାଳନ ନିମନ୍ତେ ଗତକାଲି ସ୍କୁଲ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶିକ୍ଷାନୁଷ୍ଠାନର ସଭାପତି ଶ୍ରୀ ଦିଲିପ ତ୍ରିପାଠୀ, ବିଦ୍ୟାଳୟର ପ୍ରତିଷ୍ଠାତା ପ୍ରଦିପ ମିଶ୍ର, ଅଧ୍ୟକ୍ଷ ବଳଦେବ ମାହାନ୍ତି, ପ୍ରମୁଖ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ, ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତପନ କୁମାର ଦଣ୍ଡିଆ ମଞ୍ଚାସିନ ଥିଲେ ।

ପ୍ରାରମ୍ଭିକ ପର୍ଯ୍ୟାୟରେ ଅଧ୍ୟକ୍ଷଙ୍କ ଦ୍ଵାରା ଅତିଥି ପରିଚୟ ପ୍ରଦାନ ସହିତ ଉପସ୍ଥିତ ସମସ୍ତ ସାମ୍ବାଦିକମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା । ପରବର୍ତ୍ତୀ ସମୟରେ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ଶ୍ରୀ ଅରବିନ୍ଦଙ୍କ ଆଦର୍ଶ ଓ ଜୀଵନୀ ଉପରେ ଆଲୋକପାତ କରିଥିଲେ । ତତ୍ ସହିତ ଆଗାମୀ ଅପ୍ରେଲ ୩ ତାରିଖ ଦିନ ବଣାଇରେ ଶ୍ରୀ ଅରବିନ୍ଦଙ୍କ ଜନ୍ମଜୟନ୍ତୀ ପାଳନ କରିବା ସହିତ, ନଭେମ୍ବର ମାସରେ ବିଦ୍ୟାଳୟର ରୈପ୍ୟ ଜୟନ୍ତୀ ପାଳନ କରାଯିବ ବୋଲି ଘୋଷଣା କରିଥିଲେ । ଏଥିରେ ବଣାଇର ସମସ୍ତ ବୈଦ୍ୟୁତିକ ତଥା ମୁଦ୍ରିତ ଗଣମାଧ୍ୟମର ପ୍ରତିନିଧି ଯୋଗଦେବା ସହିତ, ଛାତ୍ରଛାତ୍ରୀମାନଙ୍କ ଅଭିଭାବକ ଏବଂ ଶିକ୍ଷାନୁଷ୍ଠାନର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *