ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଚିତ୍ରକୋଟ ଗ୍ରାମରେ ଘଟିଛି ଏହି ଘଟଣା । କାହାକୁ ଦିଆଯାଉଛି ୫୦୦ ଟଙ୍କା ତ ଆଉ କାହାକୁ ଦିଆଯାଉଛି ୧୦୦୦ ଟଙ୍କା । ଇଓ ବାବୁ ଭତ୍ତା ଅଧା ଦେଇ ବାକି ଭତ୍ତା ଲୁଟୁ ନାହାଁନ୍ତି ତ ? ୬ ମାସ (ଅକ୍ଟୋବର, ନଭେମ୍ବର, ଡିସେମ୍ବର ଓ ଜାନୁଆରୀ, ଫେବୃଆରୀ, ମାର୍ଚ୍ଚ )ର ଭତ୍ତା ନ ଦେଇ ଗୋଟେ ମାସ ଦୁଇ ମାସର ଦେଇ ଅଧା ଭତ୍ତା ଲୁଟୁ ନାହାଁନ୍ତି ତ ? ଇଓ ବାବୁଙ୍କୁ ପଚାରିବାରୁ ସେ କହୁଛନ୍ତି, ଭୁଲ ହୋଇଗଲା । ହେଲେ କ’ଣ ପାଇଁ ଭୁଲ ହେଲା ? ଭୁଲ ତ ହେଲା – ୫ ରୁ ୬ ଜଣଙ୍କୁ ଭୁଲ ହୋଇପାରେ, କିନ୍ତୁ ୧୫ ରୁ ୨୦ ଜଣଙ୍କର ଭୁଲ ହେଲା କେମିତି ? ଆମେ ପଚାରୁଛୁ ଯେ ଏମିତି ଭୁଲ ହେଲା କେମିତି, ଇଓ ବାବୁ ! ଭତ୍ତା ଖାତା ଦେଖିପାରିଲେ ନାହିଁ କେମିତି ?

ପଇସା ଦେଲା ବେଳକୁ ତ ଆଖିକୁ ପୁରା ଦେଖାଯାଏ । ହେଲେ ଲେଖିଲା ବେଳକୁ କେମିତି ଦେଖାଗଲା ନାହିଁ ? ଇଓ ବାବୁ କିଛି ଘୋଟାଲା କରୁନାହାଁନ୍ତି ତ ? ଗ୍ରାମବାସୀମାନେ କେତେ କୁହାକୁହି କଲା ପରେ ବି ବୁଝି ନଥିଲେ ଇଓ ବାବୁ । ଆମେ ଯାଇ ପଚାରିବାରୁ ଇଓ ବାବୁ ମାର୍ଚ୍ଚରେ ପକାଇଥିବା ଡେଟକୁ ନୀଳ କଲମରେ ଗାରାଇ ଫେବୃଆରୀର ଡେଟ ଲେଖିଥିବା ଦେଖିବାକୁ ମିଳିଛି । ଦେଖନ୍ତୁ କେମିତି ଦିଆଯାଇଛି ଭଲ ଭାବରେ ଦେଖନ୍ତୁ । ଇଓ ବାବୁଙ୍କୁ ଗ୍ରାମବାସୀ କହିଲେ ଯେ, ଆମର ବାକି ମାସର ପଇସା କୋଉଠି ମିଳିବ ? ଇଓ ବାବୁ କହୁଛନ୍ତି ଯେ, ତୁମମାନଙ୍କର ବାକି ପଇସା ପୁରୁଣା ଇଓ ଦେବେ । ଇଓ ବାବୁ ସବୁ ଭତ୍ତା ପଇସା ଆଣି ଦମଦାର କୋଠରି ଭିତରେ ରଖି ନାହାଁନ୍ତି ତ ? ଗଣମାଧ୍ୟମରେ ଚର୍ଚ୍ଚା ପରେ କେବେ ତଦନ୍ତ କରିବ ପ୍ରଶାସନ ଏହା ଦେଖିବାକୁ ବାକି ରହିଲା ।
