ଭୁବନେଶ୍ୱର : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଲଘୁଚାପ । ଭାରତ ମହାସାଗର – ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ। ଲଘୁଚାପ ସୃଷ୍ଟି ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି । ଏପଟେ ଲଘୁଚାପ ବାତ୍ୟାର ରୂପ ନେବା ନେଇ ଚର୍ଚ୍ଚା ପ୍ରସଙ୍ଗରେ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ନିଜ ପ୍ରତିକ୍ରିୟା ଦେଇଛନ୍ତି । ଏଯାଏଁ ଲଘୁଚାପ ବାତ୍ୟାର ରୂପ ନେବା ନେଇ କୌଣସି ଆକଳନ କରାଯାଇ ନାହିଁ ବୋଲି କହିଛନ୍ତି ।
