ପାଟଣା : କେନ୍ଦୁଝର ଜିଲ୍ଲା ବାଉଁଶୁଳି ପଞ୍ଚାୟତ ନିକଟରେ ଥିବା କାଜୁ ବନୀକରଣରେ ସୋମବାର କୌଣସି କାରଣରୁ ଅଗ୍ନିକାଣ୍ଡ ଘଟି ୨ ଏକର ପରିମିତ ଜମିରେ ଥିବା କାଜୁ ଗଛ ପୋଡ଼ି ଯାଇଛି । ଗ୍ରାମର ନରହରି ମହାନ୍ତ, ତ୍ରିଲୋଚନ ମହାନ୍ତ ଓ ଦୁର୍ଲଭ ମହାନ୍ତ ବାଉଁଶୁଳି ପଞ୍ଚାୟତ ନିକଟରେ ୩ ଏକର ପରିମିତ ଜମିରେ କାଜୁ ଗଛ ଲଗାଇ ଥିବାବେଳେ, ସେଠାରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ପବନ ଯୋଗୁଁ ନିଆଁ ଏତେ କ୍ଷିପ୍ର ଗତିରେ ମାଡ଼ିଯାଇଥିଲା ଯେ ନିଆଁକୁ ଆୟତ କରିବା କଷ୍ଟକର ହୋଇପଡ଼ିଥିଲା । ଖବରପାଇ ପାଟଣା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ବହୁ ଉଦ୍ୟମ କରି ନିଆଁକୁ ଆତୟ କରିଥିଲେ । ତେବେ ଅଗ୍ନିକାଣ୍ଡରେ ବହୁ କାଜୁ ଗଛ ପୋଡ଼ି ନଷ୍ଟ ହୋଇଯାଇଛି ।
